Saturday, October 10, 2026
Home ଆଞ୍ଚଳିକ ପଡୋଶୀ ଘର ବାସି ବିରିଆନି ଖାଇଲେ ଶିଶୁ: ଜଣେ ମୃତ, ତିନି ଗୁରୁତର

ପଡୋଶୀ ଘର ବାସି ବିରିଆନି ଖାଇଲେ ଶିଶୁ: ଜଣେ ମୃତ, ତିନି ଗୁରୁତର

14

ନବରଙ୍ଗପୁର,୨୫/୦୫/୨୧ (ଜିଲ୍ଲା ଖବର) : ବାସି ଖାଦ୍ୟ ଖାଇ ଜଣେ ଶିଶୁ ମୃତ, ତିନି ଗୁରୁତର ।  ପଡୋଶୀ ଘରୁ ବାସି ବିରିଆନି ଆଣି ଖାଇବା ପରେ ଗୋଟିଏ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଶିଶୁ ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।  ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନସିପାଲଟି ୮ ନମ୍ବର ୱାର୍ଡ଼ କେନାଲ ସାହିରେ ।

କେନାଲ ସାହିର ଲକ୍ଷ୍ମଣ ହରିଜନଙ୍କ ତିନି ପୁଅ ଝିଅ ଓ ରାଇତ ହରିଜନଙ୍କ ପୁଅ ପଡୋଶୀ ଘରୁ ବାସି ବିରିଆନି ଖାଇଥିଲେ। ଦେହ ଅସୁସ୍ଥ ହେବା ପରେ ସେମାନଙ୍କୁ  ଉମରକୋଟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ  ଅଣା ଯାଇଥିଲା । ପ୍ରଥମେ ସମସ୍ତଙ୍କ ଅବସ୍ଥା ଠିକ ଥିବା ଦର୍ଶାଇ ପ୍ରାଥମିକ ଚିକିତ୍ସା କରି ଡାକ୍ତର ଘରକୁ ପଠାଇ ଦେଇଥିଲେ । କିନ୍ତୁ ପରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ପୁଣିଥରେ ମେଡିକାଲ୍ ଆଣିଥିଲେ । କିନ୍ତୁ  ଚିକିତ୍ସାଧୀନ ଅବସ୍ଥାରେ ଜଣେ ୫ ବର୍ଷର ନାବାଳିକାର ମୃତ୍ୟୁ ଘଟିଛି । ଅନ୍ୟ ତିନି ଶିଶୁ ବର୍ତ୍ତମାନ ଚିକିତ୍ସିତ ଥିବା ଜଣାପଡିଛି।