Thursday, November 12, 2026
Home ଆଞ୍ଚଳିକ Happy birthday ! କୁନାଲ ଖେମୁ

Happy birthday ! କୁନାଲ ଖେମୁ

7

ନୂଆଦିଲ୍ଲୀ, ୨୫/୦୫/୨୧ (ଜିଲ୍ଲା ଖବର) : ୧୯୯୬ରେ ରିଲିଜ୍ ହୋଇଥିବା ସୁପରହିଟ ଫିଲ୍ମ’ରାଜା ହିନ୍ଦୁସ୍ତାନୀ’ ଆଜିବି ଦର୍ଶକଙ୍କ ମନରେ ଘର କରି ରହିଛି । ଏହି ଫିଲ୍ମକୁ ଦର୍ଶକ ଆଜିବି ବେଶ ପସନ୍ଦ କରନ୍ତି  । ଅମିର ଖାନ୍ ଏବଂ କରୀସ୍ମା କପୁର  ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏଥିରେ  ଅମିର ଖାନଙ୍କ ଟ୍ୟାକ୍ସି ପାର୍ଟନର ଭୂମିକା ମଧ୍ୟ ବେଶ ପପୁଲାର ହୋଇଥିଲା ।  କୁନାଲ ଖେମୁ  ଏଥିରେ ଅମିର ଖାନଙ୍କ ଟ୍ୟାକ୍ସି ପାର୍ଟନର ରଜନୀକାନ୍ତ ଭୂମିକାରେ ଅଭିନୟ କରିଥିଲେ । ଯିଏକି ବୟସରେ ତାଙ୍କ ଠାରୁ ବହୁତ୍ ଛୋଟ ଥିଲେ । ହେଲେ ଏବେ ସେହି ଶିଶୁ କଳାକାର ବହୁତ୍ ବଡ ହୋଇ ଯାଇଛନ୍ତି ।  

ଏହି ଫିଲ୍ମଟି ସିନେମା ଘରେ  ବେଶ ରେକର୍ଡ ସୃଷ୍ଟି କରିଥିଲା । ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଧର୍ମେଶ ଦର୍ଶନ । ଏବଂ ଏଥିରେ ଅଭିନେତା ଅମିର ଖାନ୍ ଏବଂ ଅଭିନେତ୍ରୀ କରୀସ୍ମା କପୁରଙ୍କ ବ୍ୟତୀତ ଆହୁରି ଅନେକ କଳାକାରଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ଜଣେ ସହରର ବଡଘର ଝିଅ ଏବଂ ଜଣେ ଟ୍ୟାକ୍ସି  ଡ୍ରାଇଭରଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ହୋଇଥିଲା ।

ତେବେ ଆଜି ହେଉଛି କୁନାଲ ଖେମୁଙ୍କ ଜନ୍ମଦିନ । ଆଜି ସେ ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି । କୁନାଲ ଖେମୁ ଶିଶୁ କଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଆଜିବି ସେ ଫିଲ୍ମ ସହିତ ସକ୍ରିୟ ଅଛନ୍ତି ହେଲେ, ଶିଶୁ କଳାକାର ଭାବେ ସେ ଯେତିକି  ପରିଚିତ ହୋଇଥିଲେ, ବଡ ହେବା ପରେ ସେ ସେତିକି ପରିଚିତ ନାହାଁନ୍ତି ।

ପ୍ରକାଶ ଥାଉକି, ଏବେ  ବହୁତ୍ ବଡ ହୋଇଯାଇଛନ୍ତି କୁନାଲ ଖେମୁ । ଏବଂ ସେ ଶର୍ମିଲା ଟାଗୋରଙ୍କ ଝିଅ ସୋହା ଅଲ୍ଲୀ ଖାନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କ ୬-୭ ବର୍ଷ ଧରି ଡେଟ କରୁଥିଲେ । ଏହାପରେ  ୨୦୧୫ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।