Sunday, November 15, 2026
Home ଆଞ୍ଚଳିକ ଅଭାବ ଅନଟନରେ ଦିନ କାଟୁଛନ୍ତି ସିଙ୍ଗର ସୋନା ମହାପାତ୍ର

ଅଭାବ ଅନଟନରେ ଦିନ କାଟୁଛନ୍ତି ସିଙ୍ଗର ସୋନା ମହାପାତ୍ର

37

ନୂଆଦିଲ୍ଲୀ, ୨୫/୦୫/୨୧ (ଜିଲ୍ଲା ଖବର) : କରୋନା ପ୍ରଭାବରେ ଏବେ ସାରା ଦେଶବାସୀ ହନ୍ତସନ୍ତ ହେଉଛନ୍ତି । ଅନେକ ଲୋକଙ୍କ ଘରସଂସାର ଓଜାଡି ଦେଲାଣୀ ମହାମାରୀ କରୋନା । ସାଧାରଣ ଲୋକଙ୍କ ଠାରୁ  ଆରମ୍ଭ କରି ସେଲିବ୍ରେଟି ଯାଏଁ , ଅନେକ ଲୋକଙ୍କ ଆର୍ଥିକ  ଅବସ୍ଥା ବିଗାଡି ଦେଇଛି କରୋନା । ଆର୍ଥିକ ଅନାଟନ  ମଧ୍ୟରେ ଅନେକ ଗତି କରୁଛନ୍ତି । ନିକଟରେ ଅନେକ ସେଲିବ୍ରେଟି କରୋନା  କାରଣରୁ କାମ ବନ୍ଦ ହେବା ଫଳରେ,  ଅଭାବ ଅସୁବିଧାରେ ଦିନ କାଟୁଥିବା କଥା ସୋସିଆଲ ମିଡିଆ ମାଧ୍ୟମରେ  ସୂଚନା ଦେଉଛନ୍ତି ।

 ଠିକ୍ ସେମିତି ଏବେ ଜଣାଶୁଣା ସିଙ୍ଗର ସୋନା ମହାପାତ୍ର ସୋସିଆଲ ମିଡିଆ ମାଧ୍ୟମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସେ କିଭଳି ଏ ପରିସ୍ଥିତିରେ ଆର୍ଥିକ ସଙ୍କଟ ମଧ୍ୟରେ ଦିନ କାଟୁଛନ୍ତି ସେ ବିଷୟରେ କହିଛନ୍ତି । ସୋନାଙ୍କ କହିବା ଅନୁଯାୟୀ, ତାଙ୍କର ସବୁ ସେଭିଙ୍ଗ୍ ଏକ ଫିଲ୍ମରେ  ସରି ଯାଇଛି ଏବଂ ଏବେ କରୋନା କାରଣରୁ  ଲାଗିଥିବା ଲକଡାଉନ କାରଣରୁ କାମ ମଧ୍ୟ ବନ୍ଦ ରହିଛି । ଏସବୁ ସମ୍ପର୍କରେ ସୋନା ଏକ ପୋଷ୍ଟ ମାଧ୍ୟମରେ  କହିଛନ୍ତି ।

ସୋନା ମହାପାତ୍ର ଟ୍ବିଟ କରି ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ ସେ ତାଙ୍କର ଏକ ହସୁଥିବା ଫଟୋ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି ଯେ, ‘ଯନ୍ତ୍ରଣାରେ ଦଉଡି ହେବ ନାହିଁ କିନ୍ତୁ , ତା ପାଇଁ ଚିନ୍ତାରେ ରହିହେବ । ଯେବେବି ନିଜକୁ ହସାଇ ପାରୁଛି , ହସାଉଛି ।  ଏହା ସହିତ ସେ ତାଙ୍କର ଆର୍ଥିକ  ଅବସ୍ଥା ବିଷୟରେ ମଧ୍ୟ ଲେଖିଛନ୍ତି ଯେ, ‘ମୋର ଫିଲ୍ମ ‘ସଟ ଅପ୍ ସୋନା ‘ରେ ମୋର ସବୁ ସେଭିଙ୍ଗ୍ ସରି ଯାଇଛି । କରୋନା ମହାମାରୀର କିଛି ସମୟ ପୂର୍ବରୁ ମତେ ପରିସ୍ଥିତି ଏମିତି  ଏକ ପରିସ୍ଥିତିରେ ଛିଡା କରି ଦେଇଛି ,ଯେଉଁଠି ଇନକମର ଏବେ କୌଣସି ରାସ୍ତା ନାହିଁ ।

ତାଙ୍କର ଟ୍ବିଟ ଏବେ ବେଶ ଭାଇରାଲ ହେବାରେ  ଲାଗିଛି । ଅନେକ ତାଙ୍କ ପୋଷ୍ଟରେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିବାରେ ଲାଗିଛନ୍ତି । ଏବଂ ତାଙ୍କୁ ଏଭଳି ପରିସ୍ଥିତିରେ ଧୈର୍ଯ୍ୟହରା ନହୋଇ ସାହାସ ଜୁଟାଇବାକୁ କହିଛନ୍ତି । ଜଣେ ୟୂଜର ଲେଖିଛନ୍ତି ଯେ, ଏହି ଖରାପ ସମୟ ଦିନେ ଚାଲିଯିବ । ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରିବି । ଏହା ସହିତ କିଛି ୟୂଜର୍ସ ତାଙ୍କୁ ଫିଲ୍ମର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।