
ଭୁବନେଶ୍ୱର, ୨୫/୦୫/୨୧ (ଜିଲ୍ଲା ଖବର) : ମାଡି ଆସୁଛି ବାତ୍ୟା ୟଶ । ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୂପ ନେଲା ସାମୁଦ୍ରିକ ଝଡ ୟଶ । ଆସନ୍ତା ୧୨ ଘଣ୍ଟା ଭିତରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୂପ ନେବ ବାତ୍ୟା ୟଶ। ବର୍ତ୍ତମାନ ସାମୁଦ୍ରିକ ଝଡ ୟଶ ଦକ୍ଷିଣ-ଦକ୍ଷିଣ-ପୂର୍ବ ପାରାଦୀପର ଠାରୁ ୩୬୦ କିଲୋମିଟର ଏବଂ ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣ-ପୂର୍ବଠାରୁ ୪୬୦ କିଲୋମିଟର ଦୂରରେ ରହିଛି ।
ବାତ୍ୟା ଲ୍ୟାଣ୍ଡଫଲ ପୂର୍ବରୁ IMDର ସତର୍କ ସୂଚନା । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୁରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର, ଢେଙ୍କାନାଳ ଓ ଗଞ୍ଜାମକୁ ୟେଲୋ ୱାର୍ଣ୍ଣିଂ ରହିଛି । ଲ୍ୟାଣ୍ଡଫଲ୍ ବେଳେ ଗଷ୍ଟିଂ ସ୍ପିଡ୍ ଘଣ୍ଟାପ୍ରତି ୧୮୫ କି.ମି ବେଗ ଛୁଇଁପାରେ । ସେପଟେ ବାଲେଶ୍ୱର ଯିବେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଗ୍ରାଉଣ୍ଡ ଜିରୋରେ ରହି ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।


