Thursday, November 12, 2026
Home ଆଞ୍ଚଳିକ ଆସୁଛି ୟଶ, ବାତ୍ୟା ପୂର୍ବରୁ ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଆସୁଛି ୟଶ, ବାତ୍ୟା ପୂର୍ବରୁ ବିଭିନ୍ନ ସ୍ଥାନରେ ବର୍ଷା ଜାରି

21

୨୫/୦୫/୨୧ (ଜିଲ୍ଲା ଖବର) : ବାତ୍ୟା ୟଶକୁ ନେଇ ସମସ୍ତେ ଭୟଭୀତ। ଧିରେ ଧିରେ ଏହା ଓଡ଼ିଶା ମୁହାଁ ହେଉଛି।  ବାତ୍ୟା ୟଶ ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୂପ ନେଇଛି । ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଭେରି ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୂପ ନେବ । ବାତ୍ୟା ଆସନ୍ତା ୨୬ ତାରିଖରେ ପାରାଦ୍ୱୀପରୁ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି । 

ତେବେ ବାତ୍ୟା ପୂର୍ବରୁ ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ପାରାଦ୍ୱୀପରେ ସର୍ବାଧିକ ବର୍ଷା ହୋଇଛି । ପାରାଦ୍ୱୀପରେ ୧୫୧.୫ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୯୭ ଓ ପୁରୀରେ ୪୦ ମିମି ବର୍ଷା ହୋଇଛି ।

ଏନେଇ ୮ଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ , ଖୋର୍ଦ୍ଧା ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ କୁହାଯାଇଛି ଯେ, କେହି ବାହାରକୁ ନବାହାରିବା ପାଇଁ। ବର୍ତ୍ତମାନର ସମୟ ହେଉଛି ସହଯୋଗ କରିବାର ସମୟ। ଗୋଟିଏ ପଟେ କରୋନା ମହାମାରୀ, ଅନ୍ୟପଟେ ବାତ୍ୟା ୟଶକୁ ନେଇ ସମସ୍ତେ ଚିନ୍ତିତ।