Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! କରନ ଜୋହର

ଜନ୍ମଦିନର ଶୁଭେଚ୍ଛା ! କରନ ଜୋହର

18

ନୂଆଦିଲ୍ଲୀ, ୨୫/୦୫/୨୧ (ଜିଲ୍ଲା ଖବର) : ସିନେମା ନିର୍ମାତା,ସ୍କ୍ରିନରାଇଟର ତଥା କଷ୍ଟ୍ୟୁମ ଡିଜାଇନର କରନ ଜୋହରଙ୍କ ଆଜି ଜନ୍ମଦିନ । ୨୫ ମଇ ମାନେ ଆଜି ,ସେ ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି ।  ମୁମ୍ବାଇରେ ଜନ୍ମିତ କରନ ଜୋହର, ଇଣ୍ଡଷ୍ଟ୍ରିରେ ଆଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ପିତାଙ୍କର ଇଚ୍ଛା ଥିଲା  କରନ ଜଣେ ଭଲ ଅଭିନେତା ହୁଅନ୍ତୁ । ହେଲେ ତାଙ୍କ ଭାଗ୍ୟରେ ଅନ୍ୟ କିଛି ଲେଖାଥିଲା ।

କରନ ତାଙ୍କର ପାଠପଢା ସାରିବା ପରେ, ୧୯୮୯ରେ ଟିଭି ସିରିଏଲ  ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ ।  ପିଲାବେଳେ ବହୁତ୍ ମୋଟା ଥିଲେ କରନ ଜୋହର । ଯେଉଁଥିପାଇଁ ତାଙ୍କ ପିତା ତାଙ୍କୁ ଓଜନ କମ୍ କରି ଅଭିନେତା ହେବାକୁ କହୁଥିଲେ । ହେଲେ କରନ ଡାଇରେକ୍ଟରକୁ ନିଜର କ୍ୟାରିୟର କରିଥିଲେ  । ଏବଂ ‘କୁଛ୍ କୁଛ୍ ହୋତା ହେ’ ଭଳି ବ୍ଲକବଷ୍ଟର ଫିଲ୍ମ ପ୍ରସ୍ତୁତ କରିଥିଲେ ।

କରନ ଫିଲ୍ମ ’ଦିଲ ଓ୍ବାଲେ ଦୁହ୍ଲନିଆ ଲେ ଜାଏଙ୍ଗେ’  ଫିଲ୍ମରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏଥିରେ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିଲେ । ଏହି ଫିଲ୍ମ ପ୍ରସ୍ତୁତ ସମୟରେ ଅଭିନେତା ଶାହରୁଖ୍ ଖାନ୍ ତାଙ୍କୁ ନିଜର ଫିଲ୍ମ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ।  

ଏହାପରେ କରନ ଫିଲ୍ମ’କୁଛ୍ କୁଛ୍ ହୋତା ହେ’ ପ୍ରସ୍ତୁତ କରିଥିଲେ । ଏହି ଫିଲ୍ମଟି ଫିଲ୍ମଫେୟାର ସାତଟି ଆଓ୍ବାର୍ଡ ଜିତିଥିଲା । ଏହି ଫିଲ୍ମ ପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଆଗକୁ ବଢି ଚାଲଛନ୍ତି ଏବଂ ଅନେକ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଅନେକ ଶୁଭକାମନା ।