Monday, November 16, 2026
Home ଆଞ୍ଚଳିକ ଦେଶରେ ଦୈନିକ ସଂକ୍ରମଣ କମୁଛି, ୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୯୬ ହଜାରରୁ ଅଧିକ ପଜିଟିଭ୍

ଦେଶରେ ଦୈନିକ ସଂକ୍ରମଣ କମୁଛି, ୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୯୬ ହଜାରରୁ ଅଧିକ ପଜିଟିଭ୍

18

ନୂଆଦିଲ୍ଲୀ, ୨୫/୦୫/୨୧ (ଜିଲ୍ଲା ଖବର) : ବଢ଼ୁଛି ସଂକ୍ରମଣ, ଯାଉଛି ଜୀବନ। ଏଭଳି ସ୍ଥିତିରେ ଦେଶରେ ସଂକ୍ରମଣ ହାର କ୍ରମଶଃ କମିଥିବା ଦେଖିବାକୁ ମିଳିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ଓ ଏବେ ୨ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୯୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୧୧ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ସୂଚନା ମିଳିଛି।  

କରୋନାକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଗତିକରୁଥିବାବେଳେ ଦେଶରେ ସଂକ୍ରମଣ ସଂଖ୍ୟା କମୁଥିବାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।