ସରୁନି ଜନନୀ ଯନ୍ତ୍ରଣା, ୪୦ କିଲୋମିଟର ଭାରରେ ବୁହା ହେଲେ ଗର୍ଭବତୀ

8

ମାଲକାନଗିରି, ୨୫/୦୫/୨୧ (ଜିଲ୍ଲା ଖବର) : ସରୁନି ଜନନୀ ଯନ୍ତ୍ରଣା। ପୁଣି ଭାରରେ ବୁହାହେଲେ ଗର୍ଭବତୀ । ଦୀର୍ଘ ୪୦ କିଲୋମିଟର ଭାରରେ ବୁହା ହୋଇ ଯିବା ପରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏଭଳି ଅଭାବନୀୟ ଦୃଶ୍ୟ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ।

କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଗଙ୍ଗାପଡା ଗାଁର ଲୋଚନ ବିଷୋୟୀଙ୍କ ସ୍ତ୍ରୀ ସୁବୁଦ୍ରୀ ବିଷୋୟୀ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ତେବେ ଗାଁକୁ ରାସ୍ତା ନଥିବାରୁ ବାଧ୍ୟହୋଇ ପାହାଡ଼ ପଥୁରିଆ ରାସ୍ତା ଦେଇ ପ୍ରଥମେ ଗଙ୍ଗାପଡାରୁ ବାୟାପଡା ଗାଁର ୨ ଯୁବକ ବୋହି ନେଇ ଆସିଥିଲେ । ପୂର୍ବରୁ ମଧ୍ୟ ଏଭଳି ଜନନୀ ଯନ୍ତ୍ରଣାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଗ୍ରାମକୁ ରାସ୍ତା ନଥିବାରୁ ବାରମ୍ବାର ଏପରି ସମସ୍ୟା ଉପୁଜୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳବାସୀଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଏଠି ଚିତ୍ର କିଛି ଅଲଗା ବୟାନ କରୁଛି।