
ନୂଆଦିଲ୍ଲୀ , ୨୫/୦୫/୨୧ (ଜିଲ୍ଲା ଖବର) : କରୋନା ମହାମାରୀ ଆରମ୍ଭରୁ ଅଭାବୀ ଲୋକଙ୍କ ଆଶାବାଡି ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ୍, ଆଜି ଯାଏଁ ଅଭାବୀଙ୍କ ପାଇଁ ବିପଦର ବନ୍ଧୁ ସାଜିଛନ୍ତି । ସବୁବେଳେ ତାଙ୍କ ଠାରୁ ସାହାଯ୍ୟ ଲୋଡୁଥିବା ଲୋକଙ୍କୁ ସେ ନିଃସ୍ବାର୍ଥପର ଭାବେ, ସାହାଯ୍ୟ କରି ଆସୁଛନ୍ତି ।
ତାଙ୍କର ଏହି ମହତ କାମ ପାଇଁ ସେ ଘରେଘରେ ବେଶ ଆଦରଣୀୟ ହୋଇଛନ୍ତି । ସବୁବେଳେ କରୋନା ସଂକ୍ରମିତଙ୍କ ସାହାଯ୍ୟ କରିବା ପାଇଁ ,ଦିନ ରାତି ଏକ୍ କରି ଦେଉଥିବା ସୋନୁ ସୁଦ୍ , ବେଳେବେଳେ, ତାଙ୍କର ଅନେକ ଚେଷ୍ଟା ପରେ ବି, ସେ କିଛି ଲୋକଙ୍କ ଜୀବନ ବଞ୍ଚାଇ ପାରନ୍ତି ନାହିଁ , ପୁଣି ବେଳେ ବେଳେ ସେ ଠିକ୍ ସମୟ ନିର୍ଦ୍ଧାରଣରେ ତାଙ୍କ ପାଖରେ ସାହାଯ୍ୟ ପହଞ୍ଚାଇ ପାରନ୍ତି ନାହିଁ । ଯାହାକୁ ନେଇ ଦୁଃଖ ପ୍ରକାଶ କରନ୍ତି ସୋନୁ ।
ଠିକ୍ ସେମିତି ନିକଟରେ ଭାବବିହ୍ବଳ ହୋଇ ପଡିଛନ୍ତି ସୋନୁ ସୁଦ୍ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି ସୋନୁ ସୁଦ୍ । ନିକଟରେ ସେ ତାଙ୍କ ଟ୍ବିଟର ଆକାଉଂରେ ଏକଦମ୍ ଭାବୁକ ହୋଇ ଲେଖିଛନ୍ତି ଯେ, ‘ ଯେଉଁ ରୋଗୀ ମାନଙ୍କୁ ତୁମେ ବଞ୍ଚାଇବାକୁ ଚେଷ୍ଟା କରୁଛ, ତାଙ୍କୁ ହରାଇବା ନିଜ ଲୋକଙ୍କୁ ହରାଇବା ଠାରୁ କିଛି କମ୍ ନୁହେଁ ।
ଯେଉଁ ପରିବାର ଲୋକଙ୍କୁ ତୁମେ ଜୀବନ ବଞ୍ଚାଇ ଦେବା ପାଇଁ ପ୍ରତିଶୃତି ଦେଇଥିବ,ସେହି ପରିବାର ଲୋକଙ୍କ ସହ ଆଖିରେ ଆଖି ମିଶାଇବା କଷ୍ଟକର ହୋଇପଡେ । ଆଜି ଠିକ୍ ସେମିତି ହିଁ କିଛି ଲୋକଙ୍କୁ ମୁଁ ହରାଇ ଦେଇଛି । ନିଜକୁ ଅସହାୟ ମନେକରୁଥିବା କହିଛନ୍ତି ସୋନୁ ସୁଦ୍ ।
ତାଙ୍କର ଏହି ଟ୍ବିଟ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଏବଂ ଏହା ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଭାବପ୍ରବଣ ହୋଇ ପଡିଛନ୍ତି ଓ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି ।






