Saturday, November 14, 2026
Home ଆଞ୍ଚଳିକ ଆମ୍ବ ଗୋଟାଇ ଯାଉଥିଲେ ସାବଧାନ, ଧୋକାବାଜ ପବନ କିଛି ବି କରିପାରେ

ଆମ୍ବ ଗୋଟାଇ ଯାଉଥିଲେ ସାବଧାନ, ଧୋକାବାଜ ପବନ କିଛି ବି କରିପାରେ

14

୨୫/୦୫/୨୧ (ଜିଲ୍ଲା ଖବର) : ପବନ ହେଲେ ପର ଗଛରୁ ଆମ୍ବ, ପଣସ ଝଡିବା ସ୍ବାଭାବିକ୍‌। ହେଲେ ଏହାକୁ ତୋଳିବାକୁ ଆଦୌ ବ୍ୟାକୁଳ ହୁଅନ୍ତୁ ନାହିଁ। କାରଣ ଏହାକୁ ଗୋଟାଇବା ବେଳେ ପବନ ଆପଣଙ୍କୁ ଧୋକା ଦେଇପାରେ।

ଏମିତି କହି କହି ଲୋକଙ୍କୁ ସଚେତନ କରିଛନ୍ତି SRC ପ୍ରଦୀପ ଜେନା। ମହାବାତ୍ୟା ୟଶ୍‌ ଅତି ଭୟଙ୍କର ରୂପ ଧାରଣ କରିବ ବୋଲି ଆକଳନ କରାଯାଉଛି। ହେଲେ ପବନ ଆପଣଙ୍କ ସହ ଧୋକାବାଜି କରିପାରେ। ବାତ୍ୟା ପବନର ଧର୍ମ ପ୍ରଥମେ ଅଳ୍ପ ବହି ଛାଡିଯିବ ଏବଂ ତା ପରେ ଭୟଙ୍କର ରୂପ ଧାରଣ କରି ଆସିବ।

ଏଣୁ ପ୍ରଥମ ପବନରେ ଗଛରୁ ଆମ୍ବ ପଣସ ଝଡିବା ସ୍ବାଭାବିକ କଥା। କିନ୍ତୁ ଏହା ଲୋଭରେ ପବନ ଛାଡିବା ପରେ ଆପଣ ଗଛ ମୂଳକୁ ଗଲେ ଡାଳ ଭାଙ୍ଗି ଆପଣଙ୍କ ମୁଣ୍ଡରେ ପଡି ଯାହା ବି କିଛି ହୋଇପାରେ।

ତେଣୁ ସାବଧାନ ଥିବେ ଜୀବନ ଥିଲେ କେତେ ଆମ୍ବ କେତେ ପଣସ ଖାଇବେ।