
ଆବଶ୍ୟକ ସାମଗ୍ରୀ-
ପାଣି, କ୍ଷୀର, ଚିନି, ଚା’ପତି, ଗୁଜୁରାତି, ଲବଙ୍ଗ, ଗୋଲମରିଚ, ଡାଲଚିନି, ପାନମଧୁରୀ, ଶୁଖିଲା ଅଦା, ଶୁଖିଲା ଗୋଲାପ ପାଖୁଡା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଗ୍ୟାସରେ ପ୍ୟାନ୍ ବସେଇ ପ୍ୟାନ ଗରମ କରିବେ । ଏହାପରେ ସେଥିରେ, ଗୁଜୁରାତି, ଲବଙ୍ଗ, ଗୋଲମରିଚ, ଡାଲଚିନି,ପାନମଧୁରୀ ପକାଇ ଭାଜିବେ । ଏହା ଭଲଭାବେ ଭାଜି ହେବା ପରେ, ଗ୍ୟାସ୍ ବନ୍ଦ କରି ତା ଉପରେ, କିଛି ଲାଲ୍ ଶୁଖିଲା ଗୋଲାପ ପାଖୁଡା ପକାଇ ମିଶାଇବେ । ଏହାପରେ ଏ ସମସ୍ତ ସାମଗ୍ରୀକୁ ଏକାଠି ମିଶାଇ କୁଟି ଗୁଣ୍ଡ କରିବେ । ତାପରେ, ଏହି ଗୁଣ୍ଡକୁ ଏକ ଜାଲି ସାହାଯ୍ୟରେ ଛାଣି ଖଦଡ ଅଂଶକୁ ଅଲଗା କରିବେ । ଏହାପରେ ଏହି ମଶ୍ରଣରେ ଶୁଖିଲା ଅଦା ଗୁଣ୍ଡ
ପକାଇ ମିକ୍ସ କରିବେ । ତାପରେ ଗ୍ୟାସରେ ସସପେନ ବସେଇ ଆବଶ୍ୟକ ଅନୁଯାୟୀ ପାଣି ନେବେ । ପାଣି ଫୁଟି ଆସିଲେ , ସେଥିରେ ଚା’ପତି ପକାଇ ଫୁଟାଇବେ । ଏହାପରେ ସେଥିରେ ଚିନି ପକାଇ ମିକ୍ସ କରିବେ । ତାପରେ ସେଥିରେ କ୍ଷୀର ଢାଳି ମିଶାଇବେ । ଏହାପରେ ସେଥିରେ ପ୍ରସ୍ତୁତ କରି ରଖିଥିବା ମସଲା ପକାଇ ମିଶାଇ, କିଛି ସମୟ ଫୁଟିବାକୁ ଛାଡିବେ । ଏହା ଭଲଭାବେ ଫୁଟିଯିବା ପରେ, ଗ୍ୟାସ ବନ୍ଦ କରି ଛାଣିବେ । ପ୍ରସ୍ତୁତ ହୋଇଗଲା ମସଲା ଚା’ । ଏବେ ଏହାର ମଜା ନେଇ ପାରିବେ ।


