Wednesday, November 11, 2026
Home ଆଞ୍ଚଳିକ ବ୍ଲାକ, ହ୍ୱାଇଟ୍‌ ଗଲା, ଆସିଗଲା ୟେଲୋ ଫଙ୍ଗସ୍‌

ବ୍ଲାକ, ହ୍ୱାଇଟ୍‌ ଗଲା, ଆସିଗଲା ୟେଲୋ ଫଙ୍ଗସ୍‌

6

୨୫/୦୫/୨୧ (ଜିଲ୍ଲା ଖବର)  : କରୋନା କବଳରୁ ମଣିଷକୁ ମୁକ୍ତି ଦେବାକୁ ପୃଥିବୀ ଯାକର ଦେଶ ଆପ୍ରାଣ ଉଦ୍ୟମ ଚଳାଇଥିବା ବେଳେ ଗୋଟିଏ ପରେ ଗୋଟିଏ ନୂଆ ରୋଗ କରୋନା ଆକ୍ରାନ୍ତଙ୍କୁ ମାଡି ବସୁଛି। ପ୍ରଥମେ ବ୍ଲାକ ଫଙ୍ଗସ ଆଉ ତା ପରେ ହ୍ବାଇଟ୍ ଫଙ୍ଗସ ଆସିଥିଲା। ଏବେ ପୁଣି ଆସିଲାଣି ୟେଲୋ ଫଙ୍ଗସ୍‌।

ଜଣେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ଶରୀରରେ ଏହି ରୋଗ ଦେଖାଦେଇଛି। ଉତ୍ତରପ୍ରଦେଶ  ଗାଜିଆବାଦରୁ ଆସିଛି ଏହି ଆଶ୍ଚର୍ଯ୍ୟ କଲା ଭଳି ଖବର।  

ସବୁଠାରୁ ବଡ଼ କଥା ହେଉଛି ଏହି ଭୂତାଣୁ ସାପ ଦେହରେ ରୋଗ ସୃଷ୍ଟିକରେ। ଏଣୁ ମଣିଷ ଦେହରେ ଏ ରୋଗ ଅତ୍ୟନ୍ତ ମାରାତ୍ମକ ହେବ ବୋଲି କୁହାଯାଇଛି। ପ୍ରଥମ କରି ଜଣେ ମଣିଷ ଭିତରେ ସରୀସୃପ ଫଙ୍ଗସ ଦେଖାଯାଇଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ଡାକ୍ତର ବିପି ତ୍ୟାଗୀ କହିଛନ୍ତି |

ତ୍ୟାଗୀଙ୍କ ମୁତାବକ, “ସିଟି ସ୍କାନରେ ରୋଗୀର ସାଇନସ୍ ସ୍ୱାଭାବିକ ଥିଲା। କିନ୍ତୁ ଏଣ୍ଡୋସ୍କୋପି କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସେ ତିନି ପ୍ରକାରର ଫଙ୍ଗସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଆମକୁ ଆଶ୍ଚର୍ଯ୍ୟ ଲାଗିଲା। କାରଣ ପ୍ରଥମ ଦୁଇଟି ଫଙ୍ଗସ ମଣିଷ ଦେହରୁ ମିଳିଥିଲା । କିନ୍ତୁ ସାପ ଦେହର ଭୂତାଣୁ ମଣିଷ ଦେହକୁ କେମିତି ଆସିଲା ତାହା ଗବେଷଣା ସୋପେକ୍ଷ।