Sunday, November 15, 2026
Home ଆଞ୍ଚଳିକ ବାତ୍ୟାର ମୁକାବିଲା ଏବଂ ଲୋକଙ୍କ ସେବା ପାଇଁ ଆମ କାର୍ଯ୍ୟକର୍ତ୍ତା ପ୍ରସ୍ତୁତ- ଧର୍ମେନ୍ଦ୍ର

ବାତ୍ୟାର ମୁକାବିଲା ଏବଂ ଲୋକଙ୍କ ସେବା ପାଇଁ ଆମ କାର୍ଯ୍ୟକର୍ତ୍ତା ପ୍ରସ୍ତୁତ- ଧର୍ମେନ୍ଦ୍ର

8

ଭୁବନେଶ୍ଵର, ୨୫/୦୫/୨୧ (ଜିଲ୍ଲା ଖବର) : ବାତ୍ୟା ‘ୟଶ’ କୁ ନେଇ ବିଜେପି ପକ୍ଷରୁ ବୈଠକ ହୋଇଯାଇଛି। ବୈଠକରେ ବାତ୍ୟାର ସ୍ଥିତି, ଅବସ୍ଥିତି ଏବଂ ଓଡ଼ିଶା ଉପରେ ଥିବା ଏହାର ପ୍ରଭାବ ନେଇ ବିସ୍ତୁତ ଭାବରେ ଆଲୋଚନା ହୋଇଛି।  ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ କରିଛନ୍ତି।

ଟ୍ଵିଟ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ,  ବୈଠକରେ ବାତ୍ୟାର ସ୍ଥିତି, ଅବସ୍ଥିତି ଏବଂ ଓଡ଼ିଶା ଉପରେ ଥିବା ଏହାର ପ୍ରଭାବ ନେଇ ବିସ୍ତୁତ ଭାବରେ ଆଲୋଚନା କରାଗଲା । ବାତ୍ୟାର ପରବର୍ତ୍ତୀ ସମୟରେ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରି ଆମ ଦଳର କାର୍ଯ୍ୟକର୍ତ୍ତାମାନେ କିଭଳି ଭାବରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇପାରିବେ ସେ ନେଇ ମଧ୍ୟ ବିଚାରବିମର୍ଷ କଲୁ ।

ଦଳର କାର୍ଯ୍ୟକର୍ତ୍ତାମାନେ ଏଭଳି ସଂକଟ ପରିସ୍ଥିତିରେ ବାତ୍ୟାର ମୁକାବିଲା ଏବଂ ଲୋକଙ୍କ ସେବା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉଦ୍ଧାରକାରୀ ଦଳ ସାଥୀରେ କାର୍ଯ୍ୟକର୍ତ୍ତାମାନେ ରହି କମ୍ କ୍ଷୟକ୍ଷତିକୁ ସୁନିଶ୍ଚିତ କରିବା ପାଇଁ କାମ କରିବାକୁ ଜେପି ନଡ୍ଡାଜୀ ଆହ୍ୱାନ କଲେ।