
ଭୁବନେଶ୍ୱର, ୨୫/୦୫/୨୧ (ଜିଲ୍ଲା ଖବର) : ମାଡି ଆସୁଛି ବାତ୍ୟା ୟଶ । ସିଭିୟର ସ୍ଲାଇକୋନିକ ଷ୍ଟ୍ରମର ରୂପ ନେଲା ସାମୁଦ୍ରିକ ଝଡ ୟଶ୍ । ଆସନ୍ତା ୧୨ ଘଣ୍ଟା ଭିତରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟ୍ରୋମର ରୂପ ନେବ ବାତ୍ୟା ୟଶ। ବର୍ତ୍ତମାନ ସାମୁଦ୍ରିକ ଝଡ ୟଶ ଦକ୍ଷିଣ-ଦକ୍ଷିଣ-ପୂର୍ବ ପାରାଦୀପର ଠାରୁ ୩୬୦ କିଲୋମିଟର ଏବଂ ବାଲେଶ୍ବରର ଦକ୍ଷିଣ-ଦକ୍ଷିଣ-ପୂର୍ବଠାରୁ ୪୬୦ କିଲୋମିଟର ଦୂରରେ ରହିଛି ।
ଯାହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ମାଡି ଆସୁଛି । ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଏବଂ ସାଗର ଦୀପ ପୁଞ୍ଜ ମଧ୍ୟରେ ବାଲେଶ୍ଵର ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ କରିପାରେ । ବାତ୍ୟାର ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ ରୁ ୧୬୫ କିମି ରହିବାର ସମ୍ଭାବନା ରହିଛି । ଏହାସହ ଗଷ୍ଟିଂ ସ୍ପିଡ ୧୮୫ କିଲୋମିଟରର ଛୁଇଁପାରେ । ସାମୁଦ୍ରିକ ଝଡ ୟଶ ମୟୁରଭଞ୍ଜ ଓ କେନ୍ଦୁଝର ଦେଇ ଝାଡ଼ଖଣ୍ଡରେ ପହଁଚିବା ପରେ କ୍ରମଶଃ ଦୁର୍ବଳ ହେବ । ସେପଟେ ବାତ୍ୟା ପ୍ରଭାବରେ ପ୍ରଭାବିତ ଜିଲ୍ଲା ଗୁଡିକରେ ୩୦୦ ମିଲିମିଟିର ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି । ଏହାସହ ସମୁଦ୍ରରେ ୩ ରୁ ୪ ମିଟର ଜୁଆର ଉଠିବା ନେଇ ପୂର୍ବାନୁମାନ କରାଯାଉଛି ।


