Home ଆଞ୍ଚଳିକ ମାଡି ଆସୁଛି ୟଶ, ବିଜେପି ପକ୍ଷରୁ ୨୪ଘଣ୍ଟିଆ ସାଇକ୍ଲୋଲିନ କଣ୍ଟ୍ରୋଲ ରୁମ ଖୋଲା

ମାଡି ଆସୁଛି ୟଶ, ବିଜେପି ପକ୍ଷରୁ ୨୪ଘଣ୍ଟିଆ ସାଇକ୍ଲୋଲିନ କଣ୍ଟ୍ରୋଲ ରୁମ ଖୋଲା

7

ବାଲେଶ୍ୱର,୨୫/୦୫/୨୧ (ଜିଲ୍ଲା ଖବର) :  ମାଡି ଆସୁଛି ବାତ୍ୟା ୟଶ। ଅନେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଲାଣି।  ସିଭିୟର ସ୍ଲାଇକ୍ଲୋନିକ ଷ୍ଟ୍ରମର ରୂପ ନେଲା ସାମୁଦ୍ରିକ ଝଡ ୟଶ୍ । ଆସନ୍ତା ୧୨ ଘଣ୍ଟା ଭିତରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟ୍ରୋମର ରୂପ ନେବ ବାତ୍ୟା ୟଶ । 

ବାତ୍ୟା ୟଶ ପାଇଁ ବିଜେପି ପକ୍ଷରୁ ୨୪ଘଣ୍ଟିଆ ସାଇକ୍ଲୋଲିନ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ବାତ୍ୟାର ସଫଳ ମୁକାବିଲା ପାଇଁ ପ୍ରତି ପଞ୍ଚାୟତରେ ଗଠନ ହୋଇଛି ଟାସ୍କଫୋର୍ସ । ଏନେଇ ସୂଚନା ଦେଇଛନ୍ତି ବିଜେପି ଯୁବମୋର୍ଚ୍ଚର ରାଜ୍ୟ ଉପସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ ।

ବାଲେଶ୍ୱର ସଦର ବ୍ଲକର କସାଫଳ, ସାର୍ଥା, ଚକସାର୍ଥା, ନଗ୍ରମ, ବୁଆଁଳ, ବଇଁଚା ଆଦି ଅଂଚଳର ଲୋକେ ସମୁଦ୍ର ଉପକୂଳରେ ରହୁଥିବାରୁ ବାତ୍ୟା ୟଶ ତାର ତାଣ୍ଡବ ମଚାଇବା ପୂର୍ବରୁ ସମସ୍ତେ ଉଚା ସ୍ଥାନକୁ ପଳାଇ ଆସିବା ସହ କେହି ଭୟଭୀତ ନ ହୋଇ ସାହସର ସହ ମୁକାବିଲା କରିବାକୁ ଆହ୍ୱାନ କରିଛନ୍ତି ମାନସ।