Monday, November 16, 2026
Home ଆଞ୍ଚଳିକ ଉଗ୍ର ହୋଇ ଓଡ଼ିଶା ମୁହାଁ ବାତ୍ୟା ୟଶ, ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ...

ଉଗ୍ର ହୋଇ ଓଡ଼ିଶା ମୁହାଁ ବାତ୍ୟା ୟଶ, ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର:ଏସଆରସି

13

ଭୁବନେଶ୍ୱର,୨୫/୦୫/୨୧ (ଜିଲ୍ଲା ଖବର) : ମାଡି ଆସୁଛି ବାତ୍ୟା ୟଶ । ସିଭିୟର ସ୍ଲାଇକୋନିକ ଷ୍ଟ୍ରମର ରୂପ ନେଲା ସାମୁଦ୍ରିକ ଝଡ ୟଶ୍ । ଆସନ୍ତା ୧୨ ଘଣ୍ଟା ଭିତରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟ୍ରୋମର ରୂପ ନେବ ବାତ୍ୟା ୟଶ। ବାତ୍ୟା ୟଶର ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଉଛି।

ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଉଛି । ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକରେ ବିଦ୍ୟୁତ, ପାଣି, ରନ୍ଧା ଏବଂ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ତେଣୁ ସମସ୍ତେ ପ୍ରଶାସନକୁ ସାହାଯ୍ୟ କରନ୍ତୁ ଏବଂ  କଚ୍ଚା ଘର ଛାଡ଼ି ଆଶ୍ରୟ ସ୍ଥଳକୁ ଚାଲି ଆସିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ତେବେ ବାତ୍ୟା ପରବର୍ତ୍ତି ଉଦ୍ଧାର କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଏସଆରସି କହିଛନ୍ତି ।

 ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକ ପାଇଁ ୫୨ ଏନଡ଼ିଆରଫ ଟିମ, ୬୦ ଓଡ୍ରାଫ ଓ ୨୦୬ଟି ଫାୟାର ଟିମ ମୁତୟନ କରାଯାଇଛି । ଏହାସହ ୮୬ଟି ଟ୍ରି କଟର ଟିମ ନିୟୋଜିତ ହୋଇଛନ୍ତି । ସେହିପରି ୪୦୪ ରେସପନ୍ସ ଟିମ ଓ ପୂର୍ତ୍ତ ବିଭାଗ ପକ୍ଷରୁ ୬୦୦ ଟି ସ୍ପେଶାଲାଇଜିଡ଼ ଇଂଜିନିୟରିଂ ଟିମ ଗଠନ କରାଯାଇଛି । ଏହାଛଡା ୧୨ ହଜାର ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ମଧ୍ୟ ପୁନଃଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି ବୋଲି ଏସଆରସି କହିଛନ୍ତି ।