
ଆସିକା,୨୫/୫(ଜିଲ୍ଲା ଖବର) : ପୂର୍ବତନ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ଠାରୁ ଦାୟିତ୍ବ ଗ୍ରହଣ କଲେ ନୂତନ ଆସିକା ଏସଡିପିଓ ଉମା ଶଙ୍କର ସିଂ।ଉକ୍ତ ଅବସରରେ ଆସିକା ଉପଖଣ୍ଡ ପୋଲିସର ସମସ୍ତ ଥାନା ଅଧିକାରୀ ନୂତନ ଏସଡିପିଓଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ।ପୂର୍ବତନ ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଆସିକା ଉପଖଣ୍ଡ ଥାନା ଅଞ୍ଚଳରେ ଦକ୍ଷତାର ସହିତ କାର୍ଯ୍ୟ କରି ଜନସାଧାରଣଙ୍କର ଆସ୍ଥା ଭାଜନ ହୋଇପାରିଥିଲେ।ବର୍ତ୍ତମାନ ନୃତନ ଭାବେ ଯୋଗୋଦେଇଥିବା ଏସଡିପିଓ ଉମାଶଙ୍କର ସିଂ ଜଣେ ଦକ୍ଷ ଓ ସଚୋଟ ପୁଲିସ୍ ଅଫିସର ଭାବରେ ବେଶ୍ ଜଣାଶୁଣା । କରୋନା ମହାମାରୀ ଭଳି ସଂଙ୍କଟମୟ ସମୟରେ ଦାୟିତ୍ବ ଗ୍ରହଣ କରିଥିବା ନୂତନ ଏସଡିପିଓଙ୍କ ଉପରେ ଜନ ସାଧାରଣଙ୍କ ଆସ୍ଥା ରହିଥିବା ନେଇ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଥିବା ଜଣା ପଡିଛି ।


