Wednesday, November 11, 2026
Home ଆଞ୍ଚଳିକ ବାତ୍ୟାକୁ ନେଇ ଖୋର୍ଦ୍ଧାରୋଡ ରେଳପଥ ସମ୍ଭାବ୍ୟ ବାତ୍ୟା କୁ ନେଇ ପ୍ରସ୍ତୁତ

ବାତ୍ୟାକୁ ନେଇ ଖୋର୍ଦ୍ଧାରୋଡ ରେଳପଥ ସମ୍ଭାବ୍ୟ ବାତ୍ୟା କୁ ନେଇ ପ୍ରସ୍ତୁତ

38

ଜଟଣୀ,୨୫/୫(ଜିଲ୍ଲା ଖବର) : ସମ୍ଭାବ୍ୟ ବାତ୍ୟା “ୟସ’କୁ ନେଇ ଖୋର୍ଦ୍ଧାରୋଡ ରେଳପଥ ପ୍ରସ୍ତୁତ ରହିଛି । ଚବିଶ ଘଂଟା ସେବା ଯୋଗାଇବାଲାଗି ଜରୁରିକାଳୀନ ନିୟନ୍ତ୍ରଣକକ୍ଷ ଖୋଲାଯାଇଛି । ଏନେଇ ସମସ୍ତ ବିଭାଗର କର୍ମଚାରୀମାନେ ପ୍ରସ୍ତୁତ
ରହିଛନ୍ତି । ବାତ୍ୟା ୟସ ଗୁରୁତର ପ୍ରଭାବ ପକାଇବା ଆଶଙ୍କା କରାଯାଉଥିବା ଷ୍ଟେସନଗୁଡିକୁ ଦୃଷ୍ଟିରେ ରଖାଯାଇଛି । ରେଳସମ୍ପତି କ୍ଷତି ଏବଂ ଯାତ୍ରୀମାନଙ୍କ ସୁରକ୍ଷାଲାଗି ଆବଶ୍ୟକୀୟ ସତର୍କତା ଅବଲମ୍ବନ କରାଯାଇଛି । ଭଦ୍ରକ,ଯାଜପୁର,କେଉଁଝର ରୋଡ ଓ ପାରାଦୀପ ଇତ୍ୟାଦି ଷ୍ଟେସନ ଓ ଏହାର ଆଖପାଖ ଅଂଚଳ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଉକ୍ତ ଡିଭିଜନ ଦେଇଯାଉଥିବା ସ୍ୱତନ୍ତ୍ର ଟ୍ରେନଗୁଡିକୁ ବାତିଲ କରାଯାଇଛି । ଏନେଇ ଫେରସ୍ତ ସେବାପାଇଁ ମୋବାଇଲ ମାଧ୍ୟମରେ ସମୁହଭାବେ ଅଗ୍ରୀମ ଏସଏମଏସରେ ଯାତ୍ରୀମାନଙ୍କୁ ଜଣାଇଦିଆଯାଇଛି । ସମସ୍ତ ପାୱାର କାର ଏବଂ ଟାୱାର କାରଗୁଡିକରେ ଆବଶ୍ୟକ ଇନ୍ଧନ ଏବଂ ମାନବ ଶକ୍ତି ସହିତ ପ୍ରସ୍ତୁତ ରଖାଯାଇଛି । ଷ୍ଟେସନ ବିଲଡିଂ,ଷ୍ଟାଫକ୍ୱାଟର୍ସ ଏବଂ ଅନ୍ୟାନ୍ୟ ରେଳ ପ୍ରତିଷ୍ଠାନଗୁଡିକରେ ଅସ୍ଥାୟୀ ମରାମତି ପାଇଁ ପର୍ଯ୍ୟପ୍ତ ପରିମାଣର ଟାରପୁଲିନ ବ୍ୟବସ୍ଥା କରାଯାଇଛି । ମୈାସୁମି ଷ୍ଟକ ଯଥା କ୍ୱାରିଡଷ୍ଟ,ସିଣ୍ଡର ଏବଂ ବୋଲ୍ଡର ଦ୍ୱାରା ଗଛିତ ରେଳଡବାଗୁଡିକ ପ୍ରଭାବିତ ଅଂଚଳକୁ ଯିବାଲାଗି ପ୍ରମୁଖ ସ୍ଥାନରେ ପ୍ରସ୍ତୁତ ରଖାଯାଇଛି । ସମସ୍ତ ପମ୍ପହାଉସକୁ ଜଳ ଯୋଗାଣ ପାଇଁ ସିଟେଂକ୍ସ ଟାଙ୍କି ସହିତ ପର୍ଯ୍ୟାପ୍ତ ଜଳ ସଂରକ୍ଷଣ ପ୍ରସ୍ତୁତ ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି । ରାଜ୍ୟ ବିଦ୍ୟୁତ ଯୋଗାଣରେ ବିଫଳତା ଦେଖାଦେଲେ ନିୟନ୍ତ୍ରଣ କକ୍ଷ,ରେଳ ଷ୍ଟେସନ ଏବଂ ମୂଖ୍ୟ ପ୍ରତିଷ୍ଠାନଗୁଡିକ ପାଇଁ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାଲାଗି ଜେନେରେଟର ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି । ରାସ୍ତା ଓ ରେଳଧାରଣା ଅବରୋଧ ହୋଇଥିବା ଅଂଚଳକୁ କଟରମେସିନ ବ୍ୟବସ୍ଥା କରାଯାଇଛି ।
ରିପୋର୍ଟ, ସଞ୍ଜୀବ କୁମାର ।