Monday, November 16, 2026
Home ଆଞ୍ଚଳିକ ସୁରକ୍ଷାମଂଚ ଜଟଣୀ ପକ୍ଷରୁ ଅସହାୟ ଓ ଗରୀବ ଲୋକମାନଙ୍କୁ ଖାଦ୍ୟ ପ୍ରଦାନ

ସୁରକ୍ଷାମଂଚ ଜଟଣୀ ପକ୍ଷରୁ ଅସହାୟ ଓ ଗରୀବ ଲୋକମାନଙ୍କୁ ଖାଦ୍ୟ ପ୍ରଦାନ

125

ଜଟଣୀ,୨୫?୫(ଜିଲ୍ଲା ଖବର) : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୋକାନବଜାର ବନ୍ଦ ରହିଥିବା ବେଳେ ଗରୀବ ଅସହାୟମାନଙ୍କୁ ଖାଦ୍ୟ ମିଳିବାରେ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଏମାନେ ବିଭିନ୍ନ ସ୍ଥାନରେ ଭୋକ ଉପାସରେ ବସିଥିବା ଦେଖି ଖାଦ୍ୟ ଯୋଗାଇଛି ସ୍ୱେଛାସେବୀ ସଂଗଠନ ସୁରକ୍ଷାମଂଚ । ସ୍ୱେଛାସେବୀ ସଂଗଠନ ସୁରକ୍ଷାମଂଚ ଜଟଣୀ ପକ୍ଷରୁ ଅସହାୟ ଓ ଗରୀବ ଲୋକମାନଙ୍କୁ ଖାଦ୍ୟ ପ୍ରଦାନ କରାଯ୍ଧବଥିଲା । ସ୍ଥାନୀୟ ସୀତାରାମଛକ,ହରିଭାଇନାଛକ,ରେଳ ଷ୍ଟେସନ,ହାଟବଜାର ପ୍ରଭୃତି ଅଂଚଳରେ ଖାଦ୍ୟ ପ୍ରଦାନ କରାଯାଇଥିଲା ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ସୁରକ୍ଷାମଂଚ ଜଟଣୀର ସଭାପତି ଶିବୁରତନ ଯୋଶୀ,ସମ୍ପାଦକ ଚିତରଂଜନ ପ୍ରଧାନ, ଜିବନ ବଲଭ ମହାନ୍ତି,ରାଜକିଶୋର ବାରିକ,ସୁରେନ୍ଦ୍ର ମୁଦୁଲି,ରାମଚନ୍ଦ୍ର ସାହୁ, ପ୍ରିତମ ମିଶ୍ର, ଚିତରଂଜନ ସ୍ୱାଇଁ, ଲାବଣ୍ୟନ୍ଦୁ ଦଳାଇ,ଶିବପ୍ରସାଦ ଝୁନଝୁନୱାଲା, ଧୀରେନ୍ଦ୍ର ଜେନା, ନରେଶ ଭାଇ ଓ କୁନାଭାଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ, ସଞ୍ଜୀବ କୁମାର