Tuesday, November 17, 2026
Home ଆଞ୍ଚଳିକ ଶେରଗଡ ବ୍ଲକର ଚିକିଲିରେ ବାହାଘର ଭୋଜି ବନ୍ଦ କଲେ ତହସିଲଦାର

ଶେରଗଡ ବ୍ଲକର ଚିକିଲିରେ ବାହାଘର ଭୋଜି ବନ୍ଦ କଲେ ତହସିଲଦାର

40

ଶେରଗଡ,୨୪/୫(ଜିଲ୍ଲା ଖବର) : ଶେରଗଡ ବ୍ଳକର ଚିକିଲି ଗାଁ ରେ ବାହାଘର ଭୋଜି ଚାଲିଥିବା ଖବରପାଇ ଶେରଗଡ ତହସିଲଦାର ଦୟାସିଂଧୁ ପରିଡା ଓ ଥାନା ଅଧିକାରୀ ମମତା ସାମନ୍ତରାୟ ସଦଳବଳେ ଏହି ଗାଁ ରେ ପହଞ୍ଚି ଭୋଜିକୁ ବଂଦ କରିବାସହ ରନ୍ଧା ଖାଦ୍ୟ କୁ ଲୋକକଂ ଘରେ ବାଣ୍ଟିବା ବ୍ଯବସ୍ଥାଗ୍ରହଣ କରିଥିଲେ ।ଏହି ଭୋଜିର ଆୟୋଜକ ହରିହର ବେହେରା କଂ ନାମରେ ଶେରଗଡ ଥାନାରେ ଏତଲା ଦିଆ ଯାଇଛି
।ଗଂଜାମଜିଲା ରେ କରୋନା ବେକାବୁ ହେଉଥିବା ବେଳେ ଶହ ଶହ ଲୋକ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁ ବରଣକରୁ ଥିଲେ ମଧ୍ୟ ଗାଁ ଗହଳିରେ ଜନସାଧାରଣ ଚେତୁନଥିବାଜଣାପଡିଛି ଭୋଜିଭାତର ଆସର ଅଧିକ ରୁ ଅଧିକ ପ୍ରତିଦିନ କୋଭିଟ ନିୟମ କୁଉଲ୍ଲଘଂନ କରି ଚାଲୁଥିବା ଖବର ମିଳୁଛି । ପ୍ରଶାସନ ପକ୍ଷରୁ ଆହୁରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ, ଅଖିଳ କୁମାର ପଟ୍ଟନାୟକ