
ଜଟଣୀ,୨୪/୫(ଜିଲ୍ଲା ଖବର) : ଜଟଣୀ ଅଂଚଳରେ ନିଶା କାରବାରକୁ ରୋକି ପାରୁନି ପ୍ରଶାସନ । ନିଶା କାରବାରରେ ପୁଲିସ ଦ୍ୱାରା ଧରା ହେଉଛନ୍ତି ଏବଂ ଗିରଫ ହୋଇ କୋର୍ଟ ଚାଲାଣ ହେଉଛନ୍ତି । ଠିକ ଏହାର ଏକସପ୍ତାହ ମଧ୍ୟରେ ଜାମିନରେ ଆସି ପୁଣି ଲୁଚାଛପାରେ ବ୍ୟବସାୟ କରି ମାମାଲ ହେଉଛନ୍ତି । କିନ୍ତୁ ଏହି ନିଶା ଯୋଗୁଁ ଅନେକ ଯୁବ ଗୋଷ୍ଠି ପଥଭ୍ରଷ୍ଟ ହୋଇଥିବା ବେଳେ ଅନେକ ପରିବାର ମଧ୍ୟ ଉଜୁଡିଯାଇଛି । ତେବେ ମହାମାରୀ କରୋନା ସଂକ୍ରମଣର ସ୍ଥିତି ଜଟଣୀ ଅଂଚଳରେ ଭୟବହତା ସୃଷ୍ଟି କରିଥିବା ବେଳେ କେତେକ ଅସାମାଜିକ ବ୍ୟକ୍ତି ଅର୍ଥ ଉପାର୍ଜନ କରିବା ଲୋଭରେ ବେଆଇନ ନିଶା କାରବାରକୁ ଆପଣେଇଛନ୍ତି । ଏହି କ୍ରମରେ ଜଟଣୀଥାନା ଅନ୍ତର୍ଗତ ରାଜାବଜାର ଦୁର୍ଗା ମାର୍କେଟ ଅଂଚଳରେ ଶନିବାର ରାତିରେ ପୁଲିସ ନିଶା କାରବାର କରୁଥିବା ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ୱୟ ହେଲେ ପ୍ରମୋଦ ମହାନ୍ତି ଓ ସନ୍ତୋଷ ମହାନ୍ତି । ପୁଲିସ କୈାଣସି ସୁତ୍ରରୁ ଖବରପାଇ ଅତର୍କିତ ଚଢାଉ କରିଥିଲା । ଚଢାଉରେ ଏମାନଙ୍କ ନିକଟରୁ ୧୨.୨୪୦ ଲିଟର ତଥା ୨ପେଟି ବିଦେଶୀ ମଦ ଏବଂ ୨୦.୫୦୦କେଜି ବିଶିଷ୍ଟ ଏକ ବସ୍ତାଭାଙ୍ଗ ପ୍ୟାକେଟ ଏବଂ କିଛି ବଟା ଭାଙ୍ଗ ସହିତ ସେଥିରେ ବ୍ୟବହୃତ ୩ଟି ଗ୍ରାଇଣ୍ଡରକୁ ପୁଲିସ ଜବତ କରିଛି । ଏନେଇ ପୁଲିସ ୨୫୦/୨୧ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି ।
ରିପୋର୍ଟ, ସଞ୍ଜୀବ କୁମାର ।


