Saturday, November 14, 2026
Home ଆଞ୍ଚଳିକ ମେସିନ ସାହାଯ୍ୟରେ ପୋଖରୀ ଖୋଳିବାକୁ ମାଗିଥିଲେ ଅର୍ଥ, ଶୁଣିଲାନି ପ୍ରଶାସନ, ନିଜ ପ୍ରଚେଷ୍ଠାରେ ପୁନରୁଧାର କଲେ...

ମେସିନ ସାହାଯ୍ୟରେ ପୋଖରୀ ଖୋଳିବାକୁ ମାଗିଥିଲେ ଅର୍ଥ, ଶୁଣିଲାନି ପ୍ରଶାସନ, ନିଜ ପ୍ରଚେଷ୍ଠାରେ ପୁନରୁଧାର କଲେ ଗ୍ରାମବାସୀ

24

ଜଟଣୀ,୨୪/୫(ଜିଲ୍ଲା ଖବର) : ଜଟଣୀବ୍ଲକ ଅନ୍ତର୍ଗତ ଛଣଘର ପଚାଂୟତର ଓଗରସୂଆଁ ଗ୍ରାମରେ ରହିଥିବା ସର୍ବସାଧାରଣ ବ୍ୟବହୃତ ପଚାଂୟତ ପୋଖରୀ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଯାଇଥିଲା । ଫଳରେ ଗ୍ରାମରେ ଜଳ ସଂଙ୍କଟ ଦେଖାଦେଇଥିଲା । ଏହି ପୋଖରୀ ପୁନରୁଧାର ପାଇଁ ଗ୍ରାମବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ସରପଚଂ ଓ ବ୍ଲକ ପ୍ରଶାସନ ଅର୍ଥ ମଜୁଂର କରାଇଥିଲେ । ମାତ୍ର ଗ୍ରାମର କେତେକ ବ୍ୟକ୍ତି ପୋଖରୀ ନିକଟ ଜମି ନଛାଡିବା ଏବଂ ମନରେଗା ଯୋଜନାକୁ ମାତ ଦେଇ ମେସିନ ସାହାଯ୍ୟରେ ପୋଖରୀ ଖୋଳିବାକୁ ପ୍ରଶାସନ ଓ ଜନପ୍ରତିନିଧୀ କେହି ଶୁଣିନଥିଲେ । ତେଣୁ ଓଗରସୂଆଁ ଗ୍ରାମବାସୀମାନେ ନିଜ ପ୍ରଚେଷ୍ଟାରେ ପୋଖରୀରୁ ମୋଟର ସାହାଯ୍ୟରେ ପାଣି ଶୁଖାଇ ସେଥିରୁ ଦଳ କାଢିବାପରେ ଶନିବାର ଜେସିବି ମେସିନ ଜରିଆରେ ପୁନରୁଧାର କରିଛନ୍ତି । ଦିର୍ଘ ଦିନରୁ ଅବହେଳିତ ଅବସ୍ଥାରେ ପଡିଥିବା ଏହି ପୋଖରୀକୁ ଗ୍ରାମବାସୀମାନେ ଜେସିବି ମେସିନ ସାହାଯ୍ୟରେ ଏହି ପଚାଂୟତ ପୋଖରୀର ପୁନରୁଧାର କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ । ଗ୍ରାମବାସୀଙ୍କ କଥାକୁ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ କରିଆସୁଥିଲେ । ମାତ୍ର ଗ୍ରାମବାସୀମାନଙ୍କର ଦାବିକୁ ପ୍ରଶାସନ ମାନିବାକୁ ଅରାଜି ହୋଇଥିଲା । ସରକାର ଜବକାର୍ଡ ମାଧ୍ୟମରେ ଲୋକମାନଙ୍କୁ କାମ ଯୋଗାଇବାକୁ ମନରୋଗା ଯୋଜନା ପ୍ରସ୍ତୁତ କରିଥିବା ବେଳେ ଗ୍ରାମବାସୀମାନେ ମେସିନ ମାଧ୍ୟମରେ କାମ କରିବାକୁ କହୁଛନ୍ତି । ଅନ୍ୟପଟେ ଗ୍ରାମର ଏହି ପୋଖରୀ ଉପରେ ୯୦% ଲୋକ ନିର୍ଭର କରୁଥିବା ବେଳେ ଏହି ପୋଖରୀ ଉପରେ ଗ୍ରାମର ୮୦୦ରୁ ଉର୍ଦ୍ଧ୍ୱ ଲୋକେ ନିର୍ଭର କରିଥାନ୍ତି । ମାତ୍ର ଏଗୁଡିକ ଦିର୍ଘ ଦିନରୁ ରକ୍ଷଣାବେକ୍ଷଣ ଅଭାବରୁ କଲିକତି ଦଳରେ ପରିପୁର୍ଣ୍ଣ ହୋଇଯାଇଥିଲା । ଏଥି ସହିତ ମାର୍କଣ୍ଡସାହୀ ପୋଖରୀକୁ ଯାତାୟତ ପାଇଁ ରାସ୍ତାଟିଏ ନଥିବା ବେଳେ ଗ୍ରାମବାସୀମାନେ ନିଜଖର୍ଚ୍ଚରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରି ଯାତାୟତ କରୁଛନ୍ତି ବୋଲି କହିଛନ୍ତି । ଓଗରସୂଆଁ ଗ୍ରାମର ମାର୍କଣ୍ଡସାହୀ ବଡପୋଖରୀ ଉପରେ ଗ୍ରାମର ଏତେମାତ୍ରାର ଲୋକ ନିର୍ଭର କରୁଥିବା ବେଳେ ଦାବି କରାଯାଉଥିଲେ ମଧ୍ୟ ଲୋକ ପ୍ରତିନିଧୀ ଏବଂ ପ୍ରଶାସନିକ ଅଧିକାରୀମାନେ ଆଦୈାଂ ଦୃଷ୍ଟି ଦେଉ ନାହାନ୍ତି ବୋଲି ଅଭିଯୋଗକୁ ସ୍ଥାନୀୟ ଜନପ୍ରତିନିଧୀ ଓ ବ୍ଲକ ପ୍ରଶାସନ ଖଣ୍ଡନ କରିଛନ୍ତି । ଗ୍ରାମବାସୀଙ୍କ କହିବାନୁସାରେ, ଶହଶହ ବର୍ଷର ଏହି ପୁରାତନ ପୋଖରୀକୁ ପୁର୍ବପୁରୁଷରୁ ଲୋକମାନେ ବ୍ୟବହାର କରିଆସୁଥିଲେ ଏବଂ ନିଜ ଅର୍ଥ ବ୍ୟୟରେ ପୁନରୁଧାର କରୁଥିଲେ । ମାତ୍ର ଦିର୍ଘ ୧୦ବର୍ଷହେବ ଏହି ବଡପୋଖରୀଟି ଏବେ କଲିକତି ଦଳରେ ପରିପୁର୍ଣ୍ଣ ହୋଇଗଲାଣି । ଫଳରେ ପୁନରୁଧାର କରିବାଲାଗି ଗ୍ରାମବାସୀଙ୍କ ସକ୍ଷମ ନଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ଲୋକମାନଙ୍କର ଗାଧୁଆପାଧୁଆ,ଶୈାଚ,ଦଶାହ ଏବଂ ଗାଈଗୋରୁଙ୍କୁ ମଧ୍ୟ ଏହି ପୋଖରୀରେ ଗାଧୁଆପାଧୁଆ କରାଯାଇଥାଏ ବୋଲି କହିଛନ୍ତି ଗ୍ରାମବାସୀମାନେ । ମାତ୍ର ଏହା ପୋତି ହୋଇଯିବାପରେ ଏହା ବ୍ୟବହାର ଯୋଗ୍ୟ ହୋଇପାରି ନାହିଁ । ଅନ୍ୟ ପକ୍ଷରେ ଏହି ପୋଖରୀକୁ ବାଟଟିଏ ନଥିବା ବେଳେ ତୁଠ ମଧ୍ୟ ପୋତିହୋଇ ଗଲାଣି । ଗ୍ରାମବାସୀମାନେ ଘରପିଛା ୩୦୦ଟଙ୍କା ଲେଖାଁଏ ଆଦାୟ କରି ଜୈନିକ ଜଣେ ବ୍ୟକ୍ତିଙ୍କ ବିଲରେ ମାଟିପକାଇ ଅସ୍ଥାୟୀବାଟ ବାହାର କରି ଯାତାୟତ କରୁଛନ୍ତି । ବର୍ଷା ଋତୁରେ ଏହି ପୋଖରୀଟି ସପୁର୍ଣ୍ଣ ଜଳମଗ୍ନ ହୋଇ ବ୍ୟବହାର ଅନୁପଯୋଗୀ ହୋଇଯାଇଥାଏ । ଉକ୍ତଗ୍ରାମଟି ଛଣଘର ପଚାଂୟତ ଅଧିନରେ ରହିଥିବାରୁ ଏନେଇ ଛଣଘର ସରପଚଂ ସୁନିଲ କୁମାର ରାଉତରାୟଙ୍କୁ ପଚାରିବାରେ ସେ କୁହନ୍ତୀ, ଓଗରସୂଆଁ ମାର୍କଣ୍ଡସାହୀରେ ରହିଥିବା ବଡପୋଖରୀଟି ସରକାରୀ କିମ୍ବା ପଚାଂୟତ ଅଧିନରେ ନାହିଁ । ଏଣିକି ଆଉ ସରକାରୀ ନିଲାମ ମଧ୍ୟ ଦିଆଯାଉ ନାହିଁ । ମାତ୍ର ଗ୍ରାମବାସୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଉକ୍ତପୋଖରୀରୁ ଦଳକାଢିବାକୁ କିଛି ଟଙ୍କାଦେଇଥିଲି । ଦଳ ମଧ୍ୟ କଢାଯାଇ ପୋଖରୀଟି ବ୍ୟବହାର କରାଯାଉଥିଲା । ଅନ୍ୟପକ୍ଷରେ ଏହି ପୋଖରୀଲାଗି ୧୦ଲକ୍ଷ ଟଙ୍କା ବ୍ୟୟଅଟକଳ କରାଯାଇ ନିଜେ ଜିଲାପିଡି ମଧ୍ୟ ଉକ୍ତ ପୋଖରୀ ପରିଦର୍ଶନରେ ଆସିଥିଲେ । ଏହି ପୋଖରୀଟିକୁ ମଡେଲ ପୋଖରୀର ମାନ୍ୟତା ମିଳିଥାନ୍ତା । ମାତ୍ର କାର୍ଯ୍ୟାରମ୍ଭ ହେବାପୁର୍ବରୁ ଗ୍ରାମବାସୀମାନେ ପୋଖରୀ ପୁନରୁଧାର କରିବାଲାଗି ନିକଟସ୍ଥ ଜମି ଛାଡିବାକୁ ଅରାଜି ହୋଇଥିଲେ । ଫଳରେ ଏହି ପ୍ରକଳ୍ପଟି ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏଥି ସହିତ ଏବେ ପୁଣି ଏହି ପୋଖରୀ କାର୍ଯ୍ୟକୁ ସରକାରଙ୍କ ଆଇନକୁ ଅବମାନନା କରି ମନରେଗା ଯୋଜନାକୁ ମାତ ଦେଇ ଜେସିବି ମେସିନ ମାଧ୍ୟମରେ ଖୋଳିବାକୁ ଦାବି କରୁଛନ୍ତି । ତାହା ସମ୍ଭବ ନୁହେଁ । ଏବେ ମଧ୍ୟ ଏନେଇ ୫ଲକ୍ଷ ଟଙ୍କା ଅର୍ଥ ମଜୁଂର ହୋଇଛି । ଅନ୍ୟପଟେ ମନରେଗା ଯୋଜନାରେ ଶ୍ରମିକଙ୍କ ପିଛା ପାରିଶ୍ରମିକ ୨୧୫ଟଙ୍କା ରହିଛି । ତେଣୁ ଏତେ କମ୍ ପାରିଶ୍ରମିକରେ ଲୋକମାନେ କାମ କରିବାକୁ ଇଛୁକ ନୁହନ୍ତି । ତେଣୁ ଏତେ ସମସ୍ୟାର ସମୁଖୀନ ହେବାକୁ ଇଛା ପ୍ରକଟ ନକରି ଗ୍ରାମବାସୀମାନେ ନିଜ ଚେଷ୍ଟାରେ ପୋଖରୀ କାର୍ଯ୍ୟାରମ୍ଭ କରିଥିବା କହିଛନ୍ତି ।

ରିପୋର୍ଟ, ସଞ୍ଜୀବ କୁମାର