Monday, November 16, 2026
Home ଆଞ୍ଚଳିକ ପୁର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ମରଣାତ୍ମକ ଆକ୍ରମଣ, ଅଭିଯୁକ୍ତ ଗିରଫ

ପୁର୍ବ ଶତ୍ରୁତାକୁ ନେଇ ବୃଦ୍ଧଙ୍କୁ ମରଣାତ୍ମକ ଆକ୍ରମଣ, ଅଭିଯୁକ୍ତ ଗିରଫ

60

ଜଟଣୀ,୨୪/୫(ଜିଲ୍ଲା ଖବର) : ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବୃଦ୍ଧଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତିକରି ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଛି । ପୁଲିସ ସୁଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ ଜାଂଳା ଫାଣ୍ଡି ଅଧିନ ମୁଣ୍ଡମୁହାଁଣ ଗ୍ରାମ ଦଳିତ ସାହିର ଗଜେନ୍ଦ୍ର ନାୟକ ରବିବାର ପୁର୍ବାହ୍ନ ସାଢେ ୬ଟା ସମୟରେ ନିଜ ଘର ନିକଟରେ ଠାକୁରପୂଜା କରିବାଲାଗି ଫୁଲ ତୋଳୁଥିଲେ । ମାତ୍ର ଏହି ସମୟରେ ଗୋପାଳପୁର ଭୋଇସାହିର ଜଗନ ଦାସ ନାମକଜଣେ ଯୁବକ ଅତର୍କିତ ଆସି ଗଜେନ୍ଦ୍ରଙ୍କ ମୁଣ୍ଡ ଓ ହାତକୁ ମାରଣାସ୍ତ୍ରରେ(ହାତ ତିଆରି ଚାପଡ) ମରଣାତ୍ମକ ଆକ୍ରମଣ କରିଥିଲା । ଫଳରେ ଗଜେନ୍ଦ୍ର ରକ୍ତାକ୍ତ ହୋଇ ଗୁରୁତର ହୋଇଯାଇଥିଲେ । ସ୍ଥାନୀୟ ଲୋକମାନଙ୍କ ସହାୟତାରେ ପ୍ରଥମେ ନିକଟସ୍ଥ ପ୍ରାଥମିକ ହସ୍ପିଟାଲ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଖୋର୍ଦ୍ଧାଜିଲା ହସ୍ପିଟାଲକୁ ପଠାଯାଇଥିଲା । ଖବର ଲେଖାହେବା ପର୍ଯ୍ୟନ୍ତ ଗଜେନ୍ଦ୍ରଙ୍କ ଅବସ୍ଥା ସ୍ଥିର ରହିଥିବା ପରିବାର ପକ୍ଷରୁ କୁହାଯାଇଛି । ଏହି ଘଟଣା ପୁର୍ବ ଶତ୍ରୁତାକୁ ନେଇ ହୋଇଥିବା ପୁଲିସ ଅନୁମାନ କରିଛି । ଏନେଇ ଗଜେନ୍ଦ୍ର ଜଟଣୀଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ୨୫୧/୨୧ ରେ ମାମଲା ରୁଜୁକରି ଆଜି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୁଚନା ଦେଇଛି ।

ରିପୋର୍ଟ, ସଞ୍ଜୀବ କୁମାର