Tuesday, October 13, 2026
Home ଆଞ୍ଚଳିକ ଚିରନିଦ୍ରାରେ ସାମ୍ବାଦିକ ଆଶୁତୋଷ

ଚିରନିଦ୍ରାରେ ସାମ୍ବାଦିକ ଆଶୁତୋଷ

152

ବାଲିଗୁଡ଼ା,୨୪/୫{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲାର ସର୍ବସାଧାରଣ ଖବର କାଗଜର ଫୁଲବାଣୀ ସହର ପ୍ରତିନିଧି ଆଶୁତୋଷ ବେହେରା ଙ୍କ ରବିବାର ରାତ୍ରରେ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ପରଲୋକ ହୋଇଛି। ତାଙ୍କର ବୟସ 45 ବର୍ଷ | କରୋନା ଆକ୍ରାନ୍ତ ରେ ସେ ଗତ ୨୦ ତାରିଖରେ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ଥିଲେ। ରବିବାର ରାତ୍ର 10 ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ସେ ଜଣେ ନିଷ୍କପଟ ସରଳ ହୃଦୟର ବ୍ୟକ୍ତିତ୍ବ ରୂପେ ସେ ସର୍ବସାଧରାଣରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି | ଆଶୁତୋଷ ବେହେରା ଙ୍କ ଦେହାନ୍ତ ଖବର କନ୍ଧମାଳ ଜିଲ୍ଲା ସର୍ବସାଧାରଣ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି |