
ନୂଆଦିଲ୍ଲୀ , ୨୪/୦୫/୨୧ (ଜିଲ୍ଲା ଖବର) : ବଲିଉଡରୁ ନେଇ ହଲିଉଡ ଯାଏଁ ,ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ର, ସବୁବେଳେ କିଛି ନାଁ କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ ରବିବାର ରାତିରେ ଆରମ୍ଭ ହୋଇଥିବା Billboard Music Awards 2021ରେ ପ୍ରିୟଙ୍କାଙ୍କ ଲୁକକୁ ନେଇ ବେଶ ପ୍ରଶଂସା କରାଯାଉଛି । ଲସ୍ ଏଞ୍ଜଲେସରେ Billboard Music Awards 2021ର ଏକଦମ୍ ଜବରଦସ୍ତ ଶୁଭାରମ୍ଭ ହୋଇଛି । ଶୋ’ରେ ପ୍ରିୟଙ୍କା ତାଙ୍କ ପତି ନିକ୍ ଜୋନାସଙ୍କ ସହ ରେଡ କାରପେଟରେ ନଜର ଆସିଥିଲେ । ଏହି ଶୋ’ର କିଛି ଫଟୋ ପ୍ରିୟଙ୍କା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କର ଏହି ଫଟୋକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ, ପ୍ରଶଂସା ମଧ୍ୟ କରୁଛନ୍ତି ।
ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଥିବା ଏହି ଫଟୋରେ, ନିକ୍ ମଧ୍ୟ ତାଙ୍କ ସହିତ ନଜର ଆସୁଛନ୍ତି । ଏହି ଫଟୋରେ ପ୍ରିୟଙ୍କା ଏକ ଗୋଲ୍ଡନ କଲର ଡ୍ରେସରେ ଖୁବ୍ ସୁନ୍ଦର ଲାଗୁଛନ୍ତି ।
ଫଟୋ ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ, ‘ପତି ପ୍ରଶଂସା ପୋଷ୍ଟ । ତୁମକୁ ନେଇ ମୁଁ ବହୁତ ଗର୍ବ କରେ ବେବି । ତୁମେ ଯାହା ବି କର । ତୁମେ ମତେ ପ୍ରତିଦିନ ପ୍ରେରିତ କର । ଆତି ତୁମେ କମାଲ କରିଦେଲ । ମୁଁ ତୁମକୁ ବହୁତ୍ ଭଲପାଏ । ତାଙ୍କର ଏହି ପୋଷ୍ଟରେ ତାଙ୍କ ପତି, ହାର୍ଟ ଇମାଜି ଦେଇ କମେଣ୍ଟ କରିଛନ୍ତି ।




