
୨୪/୦୫/୨୧ (ଜିଲ୍ଲା ଖବର) : ବାତ୍ୟା କିମ୍ବା ମହାବାତ୍ୟା, ଏ ନାଁ ଶୁଣିଲେ ଛାତିରେ ଛନକା ପଶିଯାଏ। ଲୋକେ ଭୟଭୀତ ହୋଇପଡନ୍ତି। ଓଡ଼ିଆ ଲୋକଙ୍କ ପାଇଁ ଏ ନାଁ ଅତି ଭୟଙ୍କର। କାରଣ ଓଡ଼ିଶା ଅନେକ ବାତ୍ୟାକୁ ଅଙ୍ଗେ ନିଭେଇଛି । ମହାବାତ୍ୟାର କ୍ଷତ ତ ଏବେ ବି ଆମ ଛାତିରୁ ଲିଭିନି । ତା ପରେ ଫାଇଲିନ, ହୁଡହୁଡ, ତିତଲି, ଫୋନୀ ଭଳି ବାତ୍ୟା ଅନେକ ଧନ ଜୀବନ ନଷ୍ଟ କରିଛି। ଆଉ ଏବେ ଆସୁଛି ୟାଶ। ଏହା ମଧ୍ୟ ମହାବାତ୍ୟା ଭଳି ରୂପ ଦେଖାଇବ ବୋଲି ଅକଳନ କରାଯାଇଛି।
ତାହେଲେ ଆସନ୍ତୁ ଜାଣିବା ଏ ବାତ୍ୟା ହୁଏ କ’ଣ ପାଇଁ। ବାସ୍ତବରେ ବାତ୍ୟା ଆମ ସାମାଜିକ ଅସନ୍ତୁଳନର ଗୋଟିଏ ପ୍ରତିଛବି। ଆମର କୃତକର୍ମ ହିଁ ଆମକୁ ନଷ୍ଟ କରିବାକୁ ବସିଛି କହିଲେ ଅତ୍ୟୁକ୍ତି ହେବନି। ବାତ୍ୟାର ପ୍ରମୁଖ କାରଣ ବିଶ୍ୱ ତାପନ ବା ଗ୍ଲୋବାଲ ୱାର୍ମିଙ୍ଗ। ଆଉ ଏହାର ପ୍ରମୁଖ କାରଣ ହେଉଛି ବୃକ୍ଷ ସମ୍ପଦ ନଷ୍ଟ ହେବ।
ବାତ୍ୟା ସମୁଦ୍ର ଭିତରୁ ହିଁ ସୃଷ୍ଟି ହୁଏ। ଗଛ ନ ଥିବାରୁ ପ୍ରବଳ ଖରାରେ ଏବେ ପୃଥିବୀ ସିଝୁଛି। ଆଉ ଏହି ପ୍ରବଳ ଖରା ପାଇଁ ସମୁଦ୍ର ପାଣି ତାତୁଛି। ଯେତେବେଳ ସମୁଦ୍ର ପାଣି ତାତିଯାଏ ଯେତେବେଳେ ଏହା ବାସ୍ଫ ହୋଇ ଉପରକୁ ଉଠିବେକୁ ଲାଗେ। ଏହି ଆକାଶମୁହାଁ ବାସ୍ଫ ପାଇଁ ସମୁଦ୍ରରେ ସୃଷ୍ଟି ହୁଏ ଅଶଂଖ୍ୟ ଶୂନ୍ୟ କଣିକା।
ଯାହାକୁ ପୂରଣ କରିବାକୁ ସେହି ସ୍ଥାନକୁ ମାଡିଆସେ ଶୀତଳ ବାୟୁ। ଫଳରେ ସାରା ଅଞ୍ଚଳ ଅସନ୍ତୁଳିତ ହୋଇପଡେ। ସମୁଦ୍ରର ଏହି ଅସନ୍ତୁଳନ ହିଁ ବାତ୍ୟା ସୃଷ୍ଟି କରି ଧ୍ୱଶଂ କରି ପକାଏ ପୃଥିବୀର ଧନ ଜୀବନ।
ଗୋଟିଏ କଥା ଆପଣ ନିଶ୍ଚିତ ଲକ୍ଷ୍ୟ କରିଥିବେ ଯେ, ଓଡିଶାରେ ବାତ୍ୟା ମେ, ଜୁନ୍ କିମ୍ବା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ହିଁ ସଙ୍ଗଠିତ ହୋଇଥାଏ। ଏହାର କରଣ କ’ଣ ଜାଣନ୍ତି ? ପାଣିପାଗ ବିଜ୍ଞାନୀଙ୍କ ମତରେ ମଇ-ଜୁନ ମାସ ହେଉଛି ପ୍ରାକ୍ ମୌସୁମୀ ସମୟ ଓ ଅକ୍ଟୋବର-ନଭେମ୍ବର ହେଉଛି ମୌସୁମୀ ବିଦାୟ ନେଇ ସାରିବାର ସମୟ। ଏଣୁ ଜଳବାୟୂ ପରିବର୍ତ୍ତନର ସନ୍ଧିକ୍ଷଣରେ ହିଁ ବାତ୍ୟା ସଙ୍ଗଠିତ ହୋଇଥାଏ।


