Thursday, November 12, 2026
Home ଆଞ୍ଚଳିକ କରୋନା ମୁକ୍ତ ହୋଇ ମୁମ୍ବାଇ ଫେରିଲେ ଦୀପିକା

କରୋନା ମୁକ୍ତ ହୋଇ ମୁମ୍ବାଇ ଫେରିଲେ ଦୀପିକା

9

ନୂଆଦିଲ୍ଲୀ, ୨୪/୦୫/୨୧ (ଜିଲ୍ଲା ଖବର) : ବଲିଉଡ ହିଟ ଯୋଡି ରଣବୀର-ଦୀପିକାଙ୍କ ଯୋଡିକୁ ଦର୍ଶକ ବେଶ ପସନ୍ଦ କରନ୍ତି । ତେବେ ନିକଟରେ ଉଭୟ ପତି-ପତ୍ନୀଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି । ଏୟାରପୋର୍ଟରେ ଦୁହେଁ ଦୁହିଁଙ୍କ ହାତ ଧରି ଆସୁଥିବାର ନଜର ଆସୁଛନ୍ତି ।

ପ୍ରକାଶ ଥାଉକି, ଏହି ଲଭବାର୍ଡ ଏପ୍ରିଲ ମାସରେ ବାଙ୍ଗାଲୋର  ଯାଇଥିଲେ । ଯେତୋବେଳେ ମହାରାଷ୍ଟ୍ର ସରକାର କରୋନାକୁ କାବୁ କରିବା ପାଇଁ କର୍ଫ୍ୟୁ  ଘୋଷଣା କରିଥିଲେ । ଆଉ ଏବେ ଦୁହେଁ ମୁମ୍ବାଇ ଫେରି ଆସିଛନ୍ତି । ଏୟାରପୋର୍ଟରେ ଦୁହେଁ ବ୍ଲାକ୍ କଲର ଆଉଟଫିଟରେ ନଜର ଆସିଥିଲେ ।

ଦୀପିକା ପାଦୁକୋନଙ୍କ ପିତା କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହେବାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏହାରେ ଦୀପିକା ପାଦୁକୋନ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ହେଲେ ଏ ବିଷୟରେ ଉଭୟ ପତି-ପତ୍ନୀ କିଛି କହି ନାହାଁନ୍ତି । ଆଉ ଏବେ ତାଙ୍କୁ ଏୟାପୋର୍ଟରେ ଦେଖିବା ପରେ  ସେ କରୋନା ମୁକ୍ତ ହୋଇଥିବା ସ୍ପଷ୍ଟ ହୋଇ ଯାଇଛି ।  ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।