
ଭୁବନେଶ୍ୱର,୨୪/୦୫/୨୧ (ଜିଲ୍ଲା ଖବର) : ମାଡିଆସୁଛି ବାତ୍ୟା ୟସ। ବାତ୍ୟାର ରୂପ ନେଲା ୟସ୍ । ଆସନ୍ତା ୨୪ ଘଣ୍ଟାରେ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ।
ଏଭଳି ସ୍ଥିତିରେ ବାତ୍ୟା ୟସର ପୂର୍ବ ପ୍ରସ୍ତୁତି ଓ ମୁକାବିଲା ନେଇ ଆଜି ବସୁଛି ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ୫.୩୦ ମିନିଟରେ ବସିବ ବୈଠକ । ଭିସି ମାଧ୍ୟମରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ହେବ ରୂପ ରେଖ ।
ଯୋଗ ଦେବେ ରାଜ୍ୟ ବିଜେପିର କାର୍ଯ୍ୟକର୍ତ୍ତା । ପଞ୍ଚାୟତ ମଣ୍ଡଳ, ବିଧାନସଭା ଓ ଜିଲ୍ଲା ସ୍ତରରେ ବାତ୍ୟାର ମୁକାବିଲା ପାଇଁ କରାଯିବ ରୋଡ ମ୍ୟାପ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।


