
ଭୁବନେଶ୍ୱର, ୨୪/୦୫/୨୧ (ଜିଲ୍ଲା ଖବର) : ମାଡ଼ିଆସୁଛି ବାତ୍ୟା ୟସ୍ । ଏହାକୁ ନଜରରେ ରଖି ୧୦ ଜିଲ୍ଲାରେ ୨ ଦିନ ଲକଡାଉନ୍ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଆଜି ଓ ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।
ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଲକ୍ଡାଉନ୍ କଟକଣା କୋହଳ କରାଯାଇଛି । ଏହି ସମୟରେ ପନିପରିବା ସାଙ୍ଗକୁ ମାଛି, ମାଂସ ଦୋକାନ ସକାଳ ୭ଟାରୁ ଦିନ ୧ଟା ଯାଏ ଖୋଲା ରହିବ । ଗୋଟିଏ ପଟେ କରୋନା ମହାମାରୀ ଚିନ୍ତା, ଅନ୍ୟପଟେ ବାତ୍ୟା ୟସ୍। ଯାହାକୁ ନେଇ ସରକାରଙ୍କ ପାଇଁ ଡବଲ ଚ୍ୟାଲେଞ୍ଜ ହୋଇଛି। ସମସ୍ତେ କିଭଳି ଭାବରେ ସୂଚାର ରୂପେ ସମସ୍ତ ଜିନିଷ ନେଇ ତାକୁ ମହଜୁଦ କରି ରଖିବେ ସେନେଇ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।
ସୂଚନାନୁସାରେ, ବାତ୍ୟାର ରୂପ ନେଲା ୟଶ୍ । ଆସନ୍ତା ୨୪ ଘଣ୍ଟାରେ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ । ବର୍ତ୍ତମାନ ବାତ୍ୟା ଦକ୍ଷିଣ ଦକ୍ଷିଣ ପୂର୍ବ ପାରାଦୀପଠାରୁ ୫୪୦ କିଲୋମିଟର ଦୂରରେ ରହିଛି । ଦକ୍ଷିଣ ଦକ୍ଷିଣ ପୂର୍ବ ବାଲେଶ୍ବରଠାରୁ ୬୫୦ ଓ ଦକ୍ଷିଣ ଦକ୍ଷିଣ ପୂର୍ବ ଦୀଘାଠାରୁ ୬୩୦ କିଲୋମିଟର ଦୂରରେ ରହିଛି । ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ।


