Home ଆଞ୍ଚଳିକ ‘ୟଶ’କୁ ନେଇ ପ୍ରସ୍ତୁତି : ଜାହାଜ ଗୁଡିକୁ ଗଭୀର ସମୁଦ୍ର ମଧ୍ୟକୁ ପଠାଇବା କାର୍ଯ୍ୟ ଆରମ୍ଭ

‘ୟଶ’କୁ ନେଇ ପ୍ରସ୍ତୁତି : ଜାହାଜ ଗୁଡିକୁ ଗଭୀର ସମୁଦ୍ର ମଧ୍ୟକୁ ପଠାଇବା କାର୍ଯ୍ୟ ଆରମ୍ଭ

18

ପାରାଦ୍ଵୀପ,୨୪/୦୫/୨୧ (ଜିଲ୍ଲା ଖବର) :  ସମ୍ଭାବ୍ୟ ବାତ୍ୟା ‘ୟଶ’କୁ ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ବନ୍ଦରର ବର୍ଥରେ ଲାଗିଥିବା ଜାହାଜ ଓ ଆଙ୍କରେଜ ମଧ୍ୟରେ ଥିବା ଜାହାଜ ଗୁଡିକୁ ଗଭୀର ସମୁଦ୍ର ମଧ୍ୟକୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି । ବାତ୍ୟା ୟଶ ପାରାଦ୍ଵୀପରୁ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ତେଣୁ ସେଠାରେ ଅଧିକ ଜୋରରେ ପବନ ସହିତ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ବନ୍ଦରର ଆଙ୍କରେଜ ଓ ବର୍ଥ ମଧ୍ୟରେ ଜାହାଜ ଗୁଡିକ ରହିଲେ ବନ୍ଦର ଓ ଜାହାଜର କ୍ଷତି ଘଟିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପାରାଦ୍ଵୀପ ବନ୍ଦରରେ ଆଗୁଆ ପଦକ୍ଷେପ ସହିତ ଜାହାଜ ଗୁଡିକୁ ଗଭୀର ସମୁଦ୍ରର ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଉଛି।