Sunday, November 15, 2026
Home ଆଞ୍ଚଳିକ ମୁହଁରେ ମହୁମାଛି ବସେଇ ଫଟୋସୁଟ କଲେ ଅଭିନେତ୍ରୀ ଆଞ୍ଜେଲିନା ଜୋଲି

ମୁହଁରେ ମହୁମାଛି ବସେଇ ଫଟୋସୁଟ କଲେ ଅଭିନେତ୍ରୀ ଆଞ୍ଜେଲିନା ଜୋଲି

32

ନୂଆଦିଲ୍ଲୀ , ୨୪/୦୫/୨୧ (ଜିଲ୍ଲା ଖବର) : ସତରେ ବଡ ବିଚିତ୍ର ଏ ଦୁନିଆଁ । ଏହି ବିଚିତ୍ର ଦୁନିଆଁରେ ଅନେକ ବିଚିତ୍ର ମଣିଷ ମଧ୍ୟ ଅଛନ୍ତି । ଯାହାଙ୍କର ଅନେକ ବିଚିତ୍ର ସଉକ୍ ମଧ୍ୟ ରହିଛି । ବେଳେବେଳେ ଏହି ବିଚିତ୍ର ସଉକ୍ ପାଇଁ ମଣିଷ କ’ଣ ନାଇଁ କ’ଣ କରିବସେ । ଠିକ୍ ଯେମିତି ନିକଟରେ ହଲିଉଡର ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଭୟକୁ ବିଲକୁଲ ଖାତିର ନକରିବାର ଚିତ୍ର ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ତାଙ୍କର ଏକ ଲାଟେଷ୍ଟ ଫଟୋସୁଟକୁ ନେଇ ଚର୍ଚ୍ଚା ଯୋର ଧରିଛି । ଫଟୋଟି ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି ।  ଯେଉଁଥିରେ ତାଙ୍କ ଚେହେରାରେ ମହୁମାଛି ଘେରି ଥିବାର ନଜର ଆସୁଛି । ଚେହେରାରେ ମହୁମାଛି ଘେରି ରହିବା ସତ୍ତ୍ବେ ମଧ୍ୟ ,ତାଙ୍କର ଏକ୍ସପ୍ରେସନ ଏକଦମ୍ ଜବରଦସ୍ତ ରହିଛି । ଯାହା ଦେଖିବା ପରେ ଫ୍ୟାନ୍ସମାନେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି ।

ସୂଚନାଯୋଗ୍ୟ : ଆଞ୍ଜେଲିନା ଏହି ଫଟୋସୁଟ ନ୍ୟାଶନାଲ ଜିଓଗ୍ରାଫିକ୍ ମ୍ୟାଗାଜିନ୍ ପାଇଁ କରାଇଛନ୍ତି । କୁହାଯାଉଛି ଯେ,  ଆଞ୍ଜେଲିନାଙ୍କ ଚେହେରାରେ  ୧୮ ମିନିଟ ଯାଏଁ  ମହୁମାଛି ଘେରି ରହିଥିଲେ । ଏହି ଫଟୋସୁଟ ପୁରା ସାବଧାନତା ଏବଂ ଯୋଜନା ମୁତାବକ୍ କରାଯାଇଛି ।