Saturday, November 14, 2026
Home ଆଞ୍ଚଳିକ ଅପରାହ୍ଣରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ଅପରାହ୍ଣରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

13

ଭୁବନେଶ୍ୱର,୨୪/୦୫/୨୧ (ଜିଲ୍ଲା ଖବର) : ଆଜି ଅପରାହ୍ଣରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟାରେ  ଭିଡିଓ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ନବୀନ । ତେବେ ଆସୁଥିବା ସମ୍ଭାବ୍ୟ ବାତ୍ୟା ୟଶ୍‌କୁ ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ପାରନ୍ତି ।

ଓଡ଼ିଶାରେ ୟଶ୍‌ର ପ୍ରଭାବ ପଡ଼ିବା ନେଇ ପାଣିପାଗ ବିଭାଗ  ସତର୍କ କରାଦେଇଛି। ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।

ଏଭଳି ସ୍ଥିତିରେ ରାଜ୍ୟବାସୀଙ୍କୁ ନିଜ ବାର୍ତ୍ତାରେ ସତର୍କ ରହିବା ସହ  ପ୍ରଶାସନ ନେଇଥିବା ପଦକ୍ଷେପ ବାବଦରେ କହିପାରନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ