Wednesday, November 11, 2026
Home ଆଞ୍ଚଳିକ ମାଡ଼ି ଆସୁଛି ବାତ୍ୟା ୟଶ୍ , ସତର୍କ ରୁହନ୍ତୁ

ମାଡ଼ି ଆସୁଛି ବାତ୍ୟା ୟଶ୍ , ସତର୍କ ରୁହନ୍ତୁ

18

୨୪/୦୫/୨୧ (ଜିଲ୍ଲା ଖବର) :  ମାଡ଼ି ଆସୁଛି ବାତ୍ୟା ୟଶ୍ । ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ସମ୍ଭାବ୍ୟ ବାତ୍ୟା । ବାତ୍ୟାକୁ ନେଇ ସରକାରୀ, ବେସରକାରୀ ସ୍ତରରେ ଚାଲିଛି ସତର୍କତା । ଏବେ ଆପଣ ଜାଣି ରଖନ୍ତୁ ବାତ୍ୟା ଆସିଲେ, କଣ କରିବେ, କଣ କରିବେ ନାହିଁ ।  

– ନିଜେ ରହୁଥିବା ଘରକୁ ସୁରକ୍ଷିତ ରଖନ୍ତୁ । ଘରର କବାଟ ଓ ଝରକା ଠିକ୍ ଅଛି କି ନାହିଁ ଦେଖି ନିଅନ୍ତୁ ।

– ଯଦି ଘର ବାହାରେ ଗଛର ଡାଳ, ପତ୍ର ପଡ଼ିଛି ତାକୁ ପରିସ୍କାର କରନ୍ତୁ । 

– ଇଟା, ପଥର, ସାଇନ୍ ବୋର୍ଡ ଥିଲେ ତାକୁ ହଟାଇ ଦିଅନ୍ତୁ ।

– ଘର ଭାଙ୍ଗି ଯାଇଥିଲେ ତାକୁ ମରାମତି କରି ନିଅନ୍ତୁ ।

– ଘରେ ଆବଶ୍ୟକ ମୁତାବକ ଶୁଖିଲା ଖାଦ୍ୟ ସାମଗ୍ରୀ ମହଜୁଦ ରଖନ୍ତୁ ।

– କ୍ୟାଣ୍ଡେଲ, ଦିଆସିଲି, ଫ୍ଲାସ୍ ଲାଇଟ୍ ରଖନ୍ତୁ ।

– ମୋବାଇଲକୁ ଫୁଲ୍ ଚାର୍ଜ କରି ରଖନ୍ତୁ ।

– ଘରେ ରେଡିଓ ଥିଲେ ନିଶ୍ଚିତ କରାଇ ନିଅନ୍ତୁ କି ତାହା ଠିକ୍ ଅଛି କି ନାହିଁ।

–  ଘରେ ବସି ରେଡିଓରେ ପାଣିପାଗ ଅପଡେଟ୍ ଶୁଣନ୍ତୁ  ।

 ଏବେ ଆସନ୍ତୁ ଜାଣିବା ବାତ୍ୟା ଆସିଲେ କଣ କରିବେ ନାହିଁ ….

– ଗୁଜବରେ ବିଶ୍ବାସ କରନ୍ତୁ ନାହିଁ ।

– ଭୟଭୀତ ହୁଅନ୍ତୁ ନାହିଁ ।

– ବିନା ସୂଚନାରେ ଘର ଛାଡନ୍ତୁ ନାହିଁ ।

– ଅସଜଡ଼ା ବିଦ୍ୟୁତ ଉପକରଣକୁ ଛୁଅନ୍ତୁ ନାହିଁ ।