Thursday, November 12, 2026
Home ଆଞ୍ଚଳିକ ଓଡିଶାରେ 8 ଲକ୍ଷ ଲୋକଙ୍କ ପକ୍କା ଘର ସ୍ୱପ୍ନ ସାର୍ଥକ କଲେ ମୋଦି

ଓଡିଶାରେ 8 ଲକ୍ଷ ଲୋକଙ୍କ ପକ୍କା ଘର ସ୍ୱପ୍ନ ସାର୍ଥକ କଲେ ମୋଦି

39

ଭୁବନେଶ୍ୱର,୨୪/୦୫/୨୧ (ଜିଲ୍ଲା ଖବର) :  କୋରୋନା ମହାମାରୀ ସମୟରେ ବି ଜାରି ରହିଛି ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ 2021-22 ଆର୍ଥିକ ବର୍ଷରେ ଓଡ଼ିଶାର ୮.୧୭ ଲକ୍ଷ ଲୋକ ନିଜ ପକ୍କାଘର ସ୍ୱପ୍ନ ପୂରଣ କରିଛନ୍ତି । ସେହିପରି ସାରା ଦେଶରେ ୬୧.୮୪ ଲକ୍ଷ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ ଏହି ଯୋଜନାରେ ଉପକୃତ ହୋଇଛନ୍ତି । ତେବେ ଏନେଇ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, “ କରୋନାର ଏହି କଠିନ ପରିସ୍ଥିତିରେ ମଧ୍ୟ ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ଗରିବଙ୍କ ସାହାରା ହୋଇଛି । #PMAY ଗ୍ରାମୀଣ ଜରିଆରେ ଦେଶର କୋଣ ଅନୁକୋଣରେ ଗରିବ ଏବଂ ବଞ୍ଚିତଙ୍କ ମୁଣ୍ଡ ଉପରେ ପକ୍କା ଛାତ ଦେଇ ପ୍ରଧାନମନ୍ତ୍ରୀ ମୋଦିଜୀ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ତାଙ୍କର ସମ୍ମାନକୁ ସୁନିଶ୍ଚିତ କରିଛନ୍ତି ।

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ଓଡ଼ିଶାର ୮.୧୭ ଲକ୍ଷ ଲାଭାର୍ଥୀଙ୍କ ସମେତ ସାରାଦେଶରେ ୬୧.୮୪ ଲକ୍ଷ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କର ନିଜ ପକ୍କା ଘର ସ୍ୱପ୍ନ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ନେରନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । “