
୨୪/୦୫/୨୧ (ଜିଲ୍ଲା ଖବର) : ରଦ୍ଦ ହୋଇ ନପାରେ ସିବିଏସଇର ଦ୍ବାଦଶ ପରୀକ୍ଷା । ଜୁଲାଇ ମାସରେ ହୋଇପାରେ ଦ୍ୱାଦଶ ବୋର୍ଡର ପରୀକ୍ଷା । ଜୁନ 1ରେ ପରୀକ୍ଷାର ଫର୍ମାଟକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କରିପାରନ୍ତି ଘୋଷଣା ।
ଦେଶରେ କରୋନା କାରଣରୁ ସ୍ଥଗିତ ହୋଇଥିବା ସିବିଏସଇ ବୋର୍ଡ ସହ ଅନ୍ୟ ପରୀକ୍ଷା ଗୁଡିକ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ କେନ୍ଦ୍ରମନ୍ତ୍ରୀମାନଙ୍କ ବୈଠକ ଶେଷ ହୋଇଛି।
ଏହି ବୈଠକରେ ଅଧିକାଂଶ ରାଜ୍ୟ ଗୁଡିକ ପରୀକ୍ଷା କରିବା ସପକ୍ଷରେ ପାରମର୍ଶ ଦେଇଥିବା ଜଣାପଡିଛି । ଏହାପରେ ସରକାର ପରୀକ୍ଷା ରଦ୍ଦ ନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଜୁଲାଇ ମାସରେ ପରୀକ୍ଷା ଆୟୋଜନ ହୋଇପାରେ । ଯାହାର ଘୋଷଣା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଜୁନ 1ରେ କରିପାରନ୍ତି ।


