Thursday, November 12, 2026
Home ଆଞ୍ଚଳିକ ସିଧାସଳଖ ରାଜ୍ୟକୁ ଟିକା ଦେବାକୁ ମନା କଲା ମୋଡର୍ଣ୍ଣା

ସିଧାସଳଖ ରାଜ୍ୟକୁ ଟିକା ଦେବାକୁ ମନା କଲା ମୋଡର୍ଣ୍ଣା

14

୨୪/୦୫/୨୧ (ଜିଲ୍ଲା ଖବର) :  ପଞ୍ଜାବ ସରକାରଙ୍କୁ ମୋଡର୍ଣ୍ଣା ଟିକା ଦେବାକୁ ମନା କଲା କମ୍ପାନୀ । ଯଦି ଟିକା ଦିଆଯିବ ତାହେଲେ ଭାରତ ସରକାରଙ୍କ ମାଧ୍ୟମରେ । ନଚେତ ଟିକା ଦେବନି ବୋଲି ସ୍ପଷ୍ଟ କରିଛି କମ୍ପାନୀ ।

ପଞ୍ଜାବ ସରକାର ଗ୍ଲୋବାଲ ଟେଣ୍ଡରରେ ସ୍ଫୁଟନିକଭି, ଫାଇଜର, ମୋଡେର୍ଣ୍ଣା ଏବଂ ଜନଶନ ଆଣ୍ଡ ଜନଶନ କମ୍ପାନୀ ନିକଟରେ ଆବେଦନ କରିଛନ୍ତି । ତେବେ ଆମେରିକାର ବୋଷ୍ଟନରେ ତିଆରି ହେଉଥିବା ମୋଡେର୍ଣ୍ଣା ଟିକା ନେବା ପାଇଁ ପଞ୍ଜାବ ସରକାର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । କମ୍ପାନୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟୀକା ଦେଇପାରିବ ନାହିଁ ବୋଲି କହିଛି ।

ସୂଚନାଯୋଗ୍ୟ, ମୋଡେର୍ଣ୍ଣା ଟୀକା ଏ ପର୍ଯ୍ୟନ୍ତ ୯୦ ମିଲିୟନ ବ୍ୟକ୍ତି ବ୍ୟବହାର କରି ସାରିଛନ୍ତି । ରାଜ୍ୟ ଏବଂ ଟୀକା କମ୍ପାନୀ ମଧ୍ୟରେ କେନ୍ଦ୍ର ସରକାର ମିଡିଲ ମ୍ୟାନ ରହିବା ଜରୁରୀ ହୋଇପଡିଛି ।