Monday, November 16, 2026
Home ଆଞ୍ଚଳିକ ଆଜି ନେବ ବାତ୍ୟାର ରୂପ, 190 କିମି ବେଗରେ ବହିପାରେ ପବନ !

ଆଜି ନେବ ବାତ୍ୟାର ରୂପ, 190 କିମି ବେଗରେ ବହିପାରେ ପବନ !

14

ଭୁବନେଶ୍ୱର,୨୪/୦୫/୨୧ (ଜିଲ୍ଲା ଖବର) : ମାଡି ଆସୁଛି ୟାଶ୍‌। ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ୟାଶ୍‌ । ଆଜି ନେବ ବାତ୍ୟାର ରୂପ । ଗତ ୬ ଘଣ୍ଟା ହେବ ବାତ୍ୟା ୟଶ୍ ୪ କିଲୋମିଟର ବେଗରେ ଅତି କରୁଛି । ବର୍ତ୍ତମାନ ବାତ୍ୟା ଦକ୍ଷିଣ ଦକ୍ଷିଣ ପୂର୍ବ ପାରାଦୀପଠାରୁ ୫୪୦ କିଲୋମିଟର ଦୂରରେ ରହିଛି । ଦକ୍ଷିଣ ଦକ୍ଷିଣ ପୂର୍ବ ବାଲେଶ୍ବରଠାରୁ ୬୫୦ ଓ ଦକ୍ଷିଣ ଦକ୍ଷିଣ ପୂର୍ବ ଦୀଘାଠାରୁ ୬୩୦ କିଲୋମିଟର ଦୂରରେ ରହିଛି । ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଭେରି ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ୨୬ ତାରିଖ ସଂଧ୍ୟାରେ ବାତ୍ୟା ପାରାଦୀପ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ।

ଲ୍ୟାଣ୍ଡଫଲ ବେଳକୁ ପବନର ବେଗ ୧୬୦ରୁ ୧୭୦ କିଲୋମିଟର ରହିବ । ଏହା ବୃଦ୍ଧି ପାଇ ୧୯୦ କିଲୋମିଟର ହୋଇପାରେ । ବାତ୍ୟାର ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡ଼ା ଭଦ୍ରକ ଓ ବାଲେଶ୍ବରରେ ବେଶି ପଡ଼ିବ । ଭୁବନେଶ୍ବରରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିବ । ଆସନ୍ତାକାଲି ଠାରୁ ଆରମ୍ଭ ହୋଇଯିବ ବର୍ଷା । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ୨୬ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସେପଟେ ବାତ୍ୟାର ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପ୍ରସ୍ତୁତ ହୋଇ ରହିଛି । ଆଧୁନିକ ଯନ୍ତ୍ରପାତି ସହ ପ୍ରଭାବିତ ଜିଲ୍ଲାକୁ ଅଦ୍ୟାବଧି ୨୨ଟି ଏନଡିଆରଏଫ ଟିମ୍ ପଠାଯାଇଥିବା ଜଣାପଡ଼ିଛି ।