ବାତ୍ୟାର ଭୟ ଭିତରେ ବର୍ଷଯାକର ପରିଶ୍ରମକୁ ସାଉଁଟିବାକୁ ପ୍ରୟାସରେ ଚାଷୀ

5

କଟକ,୨୪/୦୫/୨୧ (ଜିଲ୍ଲା ଖବର) : ମାଡିଆସୁଛି ବାତ୍ୟା । ବାତ୍ୟାର ଭୟ ଭିତରେ ବର୍ଷଯାକର ପରିଶ୍ରମକୁ ସାଉଁଟିବାକୁ ପ୍ରୟାସ କରୁଛି ଚାଷୀ । ଖବରଟି ହେଉଛି ବାଙ୍କି ଶିମିଳିପୁର ପଂଚାୟତ କରବର ଗାଁର ।

ଡାଳୁଆ ଧାନ ଅମଳ ହେବାର ସମୟ ହୋଇନଥିଲେ ମଧ୍ୟ ବାଧ୍ୟହୋଇ ଧାନ ଅମଳ କରୁଛି ଚାଷୀ । ବାତ୍ୟାରେ ହେକ୍ଟର ହେକ୍ଟର ଧାନ ନଷ୍ଟ ହେବାର ଆଶଙ୍କା କରି ଚାଷୀ ଏହି ଉପାୟ ଆପଣେଇଛି ।  ବାତ୍ୟାର ମୁକାବିଲା ପାଇଁ ଜନଭାଗିଦାରୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ସେହିପରି  ମହାକାଳପଡାରରେ ମଧ୍ୟ ବାତ୍ୟା ୟାଶ୍‌କୁ ନେଇ ଆତଙ୍କ । ଲୋକମାନ ଚାଳଛପର ଘର ଯେଉଁ ଘର ସାମାନ୍ୟ ପବନକୁ ସହିପାରିବନି ଆଉ  ଅନୁମାନ କରନ୍ତୁ ଯଦି ପବନର ବେଗ ୧୬୦ କିଲୋମିଟର ଉପରକୁ ରହେ ତେବେ କଣ ହେବ ଏହି ଘର ସବୁର ଅବସ୍ଥା । ଘର ଚାରିପଟେ ନଦୀ ରହୁଥିବାରୁ ମନରେ ଭୟ ରହିଛି ।

ଏଠାରେ ବସ ବାସ କରୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା ପାଇଁ ଅଂଟା ଭିଡିଛନ୍ତି ସ୍ଥାନୀୟ ବାସିନ୍ଦା

 ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର କୁଦାନଗରୀ ବାତ୍ୟା ଆଶ୍ରୟସ୍ଥଳୀର । ଏହାକୁ ଏବେ ପ୍ରସ୍ତୁତ ରଖାଯାଇଛି । ଲୋକଙ୍କୁ ଏଠାକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ସରପଞ୍ଚ ଦାୟିତ୍ଵ ନେଇଛନ୍ତି ।

ପ୍ରଶାସନର ପ୍ରସ୍ତୁତି ଭିତରେ ସବୁଠାରୁ ଗୁରୁତ୍ବପୂଣ୍ଣ ଦାଯିତ୍ବ ତୁଲାଇବାକୁ ଯାଉଛନ୍ତି ଜନତା । ପ୍ରଭାବିତ ହେବାକୁ ଥିବା ଅଂଚଳର ଲୋକଙ୍କ ଭାଗିଦାରୀରେ ହେବାକୁ ଯାଉଛି ମହାମୁକାବିଲା ।