ପାରାଦୀପରେ ଏନଡିଆରଏଫ ଟିମ

8

ଜଗତସିଂହପୁର, ୨୪/୦୫/୨୧ (ଜିଲ୍ଲା ଖବର) : ବାତ୍ୟା ୟଶର ମୁକାବିଲା ପାଇଁ ପାରାଦୀପରେ ପହଞ୍ଚିଲା ଏନଡିଆରଏଫ ଟିମ । ଏହି ଟିମ ଗୁଜୁରାଟରେ ବାତ୍ୟା ତାଉକତେର ମୁକାବିଲା ପାଇଁ ନିୟୋଜିତ ଥିଲା । ସେଠାରୁ ସିଧାସଳଖ ଏନଡିଆରଏଫ ଡିଜି ବାତ୍ୟା ୟଶ ମୁକାବିଲା ପାଇଁ ଓଡିଶା ପଠାଇଛନ୍ତି । ପାରାଦୀପ ରେ ପହଂଚିବା ପରେ ୧୦ମ ବଟାଲିଆନ ଏନଡିଆରଏଫ ଟିମ ଇନିସପେକ୍ଟର ତଥା କମାଣ୍ଡାଣ୍ଟ ଉଦିତ କୁମାର ଦିକ୍ଷୀତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଆମେ ସବୁ ପ୍ରକାର ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛୁ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଉଥିବା ସମସ୍ତ ପ୍ରକାର ଆବଶ୍ୟକୀୟ ସରଞ୍ଜାମ ରହିଛି । ବାତ୍ୟା ସମୟରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଆମେ ସଜାଗ ଅଛୁ । ସବୁଠୁ ବଡ଼ କଥା ହେଲା ସେମାନେ କରୋନାର ସମସ୍ତ ଗାଇଡଲାଇନକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବେ ବୋଲି କହିଛନ୍ତି ।