Sunday, November 15, 2026
Home ଆଞ୍ଚଳିକ ବାତ୍ୟା ମୁକାବିଲା ନେଇ ଗୃହମନ୍ତ୍ରୀ ଅମିତ ଶାହା ଡାକିଲେ ସମୀକ୍ଷା ବୈଠକ

ବାତ୍ୟା ମୁକାବିଲା ନେଇ ଗୃହମନ୍ତ୍ରୀ ଅମିତ ଶାହା ଡାକିଲେ ସମୀକ୍ଷା ବୈଠକ

8

ନୂଆଦିଲ୍ଲୀ, ୨୪/୦୫/୨୧ (ଜିଲ୍ଲା ଖବର) : ବାତ୍ୟା ମୁକାବିଲା ନେଇ ଗୃହମନ୍ତ୍ରୀ ଅମିତ ଶାହା ଡାକିଲେ ସମୀକ୍ଷା ବୈଠକ । ଦିନ ୧୧ଟାରେ ସମୀକ୍ଷା ବୈଠକ କରାଯିବ । ଏଥିରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଏସ୍ଆରସି ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିବେ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

ବାତ୍ୟା ୟାଶର ମୁକାବିଲା ନେଇ ସମୀକ୍ଷା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗରରେ ବାତ୍ୟାର ରୂପ ନେଇସାରିଛି ୟାଶ । ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ରାଜ୍ୟ ସରକାର ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ଜୋରଦାର କରିଛନ୍ତି । ତେବେ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିବେ କେନ୍ଦ୍ର ଗୃହମନ୍ତ୍ରୀ ।