
ବେଲଗୁଣ୍ଠା,୨୩/୫(ଜିଲ୍ଲା ଖବର) : କରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବା ବେଳେ ସରକାର ଲକ୍ ଡାଉନ୍ ଜାରି କରିଛନ୍ତି ।ଫଳରେ ବହୁ ଦୋକାନ,ବଜାର,ହୋଟେଲ୍ ବନ୍ଦ ରହିଥିବା ବେଳେ ଲକ୍ ଡାଉନ୍ ଅଭିଶାପ ପାଲଟିଛି ନିରାଶ୍ରୟ ତଥା ଭିକାରୀ ମାନଙ୍କ ପାଇଁ ।ମନ୍ଦିର ପାଖରେ ବସୁଥିବା ଭିକାରୀ ମାନେ ମଧ୍ୟ ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି ।ଏହି ଅବସରରେ ସେମାନଙ୍କ ମୁହଁରେ ଆହାର ଦେବା ପାଇଁ ଆଗେଇ ଆସିଛନ୍ତି ବେଲଗୁଣ୍ଠା ଯୁବ ସଂଗଠନ ପାୱାର କ୍ଳବ୍ ।ଆଜି ବେଲଗୁଣ୍ଠା ସହରର ବିଭିନ୍ନ ନିରାଶ୍ରୟଙ୍ଗ ନିକଟରେ ପହଞ୍ଚି ସେମାନେ ରନ୍ଧା ଖାଦ୍ୟ ପରିବେଷଣ କରିଛନ୍ତି ।ବେଲଗୁଣ୍ଠା ସହରର ହାଟପଦା,ବ୍ଳକ୍ ଛକ,ବାଙ୍କ ବଜାର ଓ ପେଣ୍ଠ ସାହିରେ ରହୁଥିବା ପ୍ରାୟ ୩୫ଜଣଙ୍କୁ ଖାଦ୍ୟ ପରଷିଥିବା ଜଣାପଡିଛି ।କ୍ଳବ୍ ର ଲାଲୁ ପଣ୍ଡା,ସରୋଜ ଶତପଥୀ,ସୁରେଶ ସୁବୁଦ୍ଧି,ବୁଲୁ ମିଶ୍ର ଓ କାହ୍ନା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ-ଶିବରାମ ଚୌଧୁରୀ





