Tuesday, October 13, 2026
Home ଆଞ୍ଚଳିକ ରାଜସ୍ବ ରଥର ଶୁଭାରମ୍ଭ କଲେ ବାଲିଗୁଡା ତହସିଲଦାର

ରାଜସ୍ବ ରଥର ଶୁଭାରମ୍ଭ କଲେ ବାଲିଗୁଡା ତହସିଲଦାର

123

ବାଲିଗୁଡ଼ା,୨୩/୫{ସୁକାନ୍ତ କୁମାର ତ୍ରିପାଠୀ} : କରୋନା ମହାମାରୀ ଦିନକୁ ଦିନ ଦୃତ ଗତିରେ ସଂକ୍ରମଣ ହେଉଥିବାରୁ କଟକଣା କଡାକଡି କରାଯାଇଛି | କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ତହସିଲଦାର ଶଶାଙ୍କ ଶେଖର ପାତ୍ରଙ୍କ ଦ୍ୱାରା ଆଜି ରାଜସ୍ଵ ରଥର ଉଦ୍‌ଘାଟନ କରାଯାଇଥିଲା । ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ୫-ଟି କାର୍ଯ୍ୟକ୍ରମରେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। । ରାଜସ୍ଵ ରଥର ମୁଖ୍ୟ ଉଦ୍ଦେଶ୍ୟ ହେଲା ରାଜସ୍ଵ ବିଭାଗର ସମସ୍ତ ପ୍ରକାର ସେବା ନିର୍ଦ୍ଧାରିତ ସମୟ ମଧ୍ୟରେ ଲୋକଙ୍କ ଘରେ ଘରେ ପହଞ୍ଚାଇବା। ଲୋକେ ଘରେ ବସି ଏହି ସେବା ସୁବିଧାରେ ପାଇ ପାରିବେ । ଏହା ଦ୍ଵାରା ଲୋକଙ୍କ ଆୟ ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର, ଜାତିଗତ ପ୍ରମାଣ ପତ୍ର, ମ୍ୟୁଟେସନ ଓ ଜମିବାଡି ସମ୍ବନ୍ଧୀୟ ପ୍ରମାଣପତ୍ର ସୁବିଧାରେ ପ୍ରଶାସନ ଯୋଗାଇଦେବ। ଏହି ପ୍ରରିପେକ୍ଷୀରେ ସିନ୍ଦ୍ରିଗାଁ ଓ ବାଟାଗୁଡା ରାଜସ୍ଵ ମଣ୍ଡଳର କିଛି ସାହିକୁ ରଥ ଯାଇ ଲୋକଙ୍କୁ ସଚେତନ କରାଇବା ସହିତ ଘରବାଡ଼ି ପଟା-10 ଟା, ମିସ ଚେର୍ଟିଫିକେଟ -12 ଟା,ଗୃହହୀନ ପଟା -16 ଟା ତହସିଲଦାଇ ପ୍ରଦାନ କରିଥିଲେ।