
୨୩/୦୫/୨୧ (ଜିଲ୍ଲା ଖବର) : କରୋନା ଚେନ୍ ଭାଙ୍ଗିବାର ପାଠ ପଢ଼ାଇଲେ ଛୋଟ ଛୋଟ ପିଲା । ସାମାଜିକ ଦୂରତ୍ବ ସହ ସଚେତନ ରହିଲେ କିପରି କରୋନାକୁ ହରାଇ ହେବ ଭିଡି ଦ୍ୱାରା ଶିଖାଇଛନ୍ତି ଝାଡ଼ଖଣ୍ଡର ଛୋଟଛୋଟ ପିଲା ।
କରୋନାକୁ ହରାଇବାର ମନ୍ତ୍ର ଦେଲେ ଝାଡ଼ଖଣ୍ଡର ଛୋଟ ଛୋଟ ଶିଶୁ । ଶିଶୁମାନେ ବନେଇଥିବା ଭିଡିଓ ବାର୍ତ୍ତାକୁ ଦେଖାଇ ଲୋକଙ୍କୁ ସଚେତନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ । କୋରୋନାକୁ ରୋକିବାକୁ ହେଲେ ଏହାର ଚେନକୁ ଭାଙ୍ଗିବା ଜରୁରୀ । କୋରୋନାର ଚେନକୁ ଭାଙ୍ଗିବା ପାଇଁ ଗ୍ରାମ ସ୍ତରରେ ସଚେତନତା କରାଯାଇଛି । ଆଉ କୋରୋନାର ଚେନ ଭାଙ୍ଗିବା ଦ୍ୱାରା କିପରି ସଂକ୍ରମଣ କମିଥାଏ ସେ ସମ୍ପର୍କରେ ଝାରଖଣ୍ଡ ଦେବଗଡ଼ ଜିଲ୍ଲା ମଧୁବନ ଗାଁର ଛୋଟ ଛୋଟ ପିଲା ତିଆର କରିଛନ୍ତି ଭିଡିଓ ।
କରୋନା ସଂକ୍ରମଣକୁ ରୋକିବାର ଏକମାତ୍ର ବାଟ ହେଉଛି ସାମାଜିକ ଦୂରତା ଓ ସଚେତନତା । ପିଲାମେନେ ଯେପରି ଗୋଟିଏ ଇଟାକୁ ବାହାର କରି ଚେନକୁ ଭାଙ୍ଗିପାରିଲେ । ସେହିପରି ଆମେ ମଧ୍ୟ ସଚେତନ ରହିଲେ କରୋନା ଚେନକୁ ଭାଙ୍ଗିପାରିବା ବୋଲି କହିଛନ୍ତି ଲବ୍ ଅଗ୍ରୱାଲ ।


