Home ଆଞ୍ଚଳିକ କୋଭିଡ ଟେଷ୍ଟ ପାଇଁ ଆସିଥିବା ଗାଡି ଓ ଡାକ୍ତରଙ୍କୁ ଅଟକ ରଖିଲେ ଗ୍ରାମବାସୀ

କୋଭିଡ ଟେଷ୍ଟ ପାଇଁ ଆସିଥିବା ଗାଡି ଓ ଡାକ୍ତରଙ୍କୁ ଅଟକ ରଖିଲେ ଗ୍ରାମବାସୀ

9

ନୟାଗଡ, ୨୩/୦୫/୨୧ (ଜିଲ୍ଲା ଖବର) : ନୟାଗଡ ରଣପୁରରେ ଅଭାବନୀୟ ଘଟଣା। କୋଭିଡ ରିପୋର୍ଟକୁ ଗାଁରେ ଉତ୍ତେଜନା। ମୟୂରଝଲିଆ ଗାଁରେ କୋଭିଡ ଟେଷ୍ଟ କରାଯାଇଥିବା ବେଳେ ୨୦ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା।

ତେବେ ଗ୍ରାମବାସୀ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁଣି ଥରେ ଟେଷ୍ଟ କରିଥିଲେ ଏବଂ ସେଠାରେ ରିପୋର୍ଟ ନେଗେଟିଭ ଆସିଥିଲା। ଯାହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ୟକ୍ତ ଗ୍ରାମବାସୀ କୋଭିଡ ଟେଷ୍ଟ ପାଇଁ ଆସିଥିବା ଗାଡି ଓ ଡାକ୍ତରଙ୍କୁ ଅଟକ ରଖିଥିଲେ।