Home ଆଞ୍ଚଳିକ ଗିରଫ ହେଲେ ଅଲିମ୍ପିକ୍ ବିଜେତା ସୁଶୀଲ କୁମାର

ଗିରଫ ହେଲେ ଅଲିମ୍ପିକ୍ ବିଜେତା ସୁଶୀଲ କୁମାର

23

୨୩/୦୫/୨୧ (ଜିଲ୍ଲା ଖବର) : ହତ୍ୟା ମାମଲାରେ ଫେରାର ଥିବା ଅଲିମ୍ପିକ୍ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ଏବେ ତାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର ପାଇଁ ପ୍ରସ୍ତୁତି ଚାଲିଛି। ସୁଶୀଲ କୁମାରଙ୍କ ସହ ତାଙ୍କ ମୁଖ୍ୟ ସହଯୋଗୀ ଅଜୟ କୁମାର ମଧ୍ୟ ଗିରଫ ହୋଇଥିବା ନେଇ ଜଣାପଡିଛି।

ସୁଶୀଲ ଓ ତାଙ୍କ ସହଯୋଗୀ ଛତ୍ରସାଲ ଷ୍ଟାଡିୟମରେ ମେ ୪ ତାରିଖ ଦିନ ରେସଲର ସାଗର ଧନଖଡ଼ଙ୍କୁ ଆକ୍ରମଣ କରିଥିଲେl ଏହି ଆକ୍ରମଣରେ ସାଗରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଦୁଇ ସହଯୋଗୀ ସୋନୁ ଓ ଅମିତ କୁମାର ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ।ଏହି ଘଟଣାପରେ ସୁଶୀଲ ଗତ କିଛି ଦିନ ଧରି ଫେରାର ଥିଲେl ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ। ସୁଶୀଲ ମଙ୍ଗଳବାର ଦିନ ରୋହିଣୀ ଜିଲ୍ଲା କୋର୍ଟରେ ଜାମିନ ଆବେଦନ କରିଥିଲେ ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ।

ସାଗରଙ୍କ ହତ୍ୟା ପରେ ଫେରାର ଥିବା ସୁଶୀଲଙ୍କ ଉପରେ ପୋଲିସ ଏକ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲାl ଏହାପରେ ସୁଶୀଲ ଜାମିନ ଆବେଦନ କରିଥିଲେ। କୋର୍ଟ ମେ ୧୫ରେ ସୁଶୀଲ କୁମାରଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା । ଗତ ସପ୍ତାହରେ ଦିଲ୍ଲୀ ପୋଲିସ ସୁଶୀଲଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା।