Friday, November 13, 2026
Home ଆଞ୍ଚଳିକ ରାଜ୍ୟରେ କରୋନା କହର: ବଢ଼ୁଛି ସଂକ୍ରମଣ, ୨୮ ମୁଣ୍ଡ ନେଇଛି ମହାମାରୀ

ରାଜ୍ୟରେ କରୋନା କହର: ବଢ଼ୁଛି ସଂକ୍ରମଣ, ୨୮ ମୁଣ୍ଡ ନେଇଛି ମହାମାରୀ

6

ଭୁବନେଶ୍ୱର,୨୩/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ କରୋନା କହର। ବଢିବାରେ ଲାଗିଛି ଦୈନିକ ମୃତ୍ୟୁ ସଖ୍ୟା। ଏହାସହ ପଜିଟିଭଙ୍କ ସଂଖ୍ୟା ବି ବଢ଼ୁଛି।  ଗତ ୨୪ ଘଣ୍ଟା ମଧ୍ୟରେ ୨୮ ମୁଣ୍ଡ ନେଇଛି ମହାମାରୀ। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୮୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୩୮୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ ହଜାର ୧୯୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫ ହଜାର ୬୫୭ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି ।

ବଢ଼ୁଛି ସଂକ୍ରମଣ। ଯାଉଛି ଜୀବନ। ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି। ସରକାରଙ୍କ ପକ୍ଷରୁ ଲକଡାଉନ ଓ ସଟଡାଉନ କରାଯାଉଥିବାବେଳେ ସଂକ୍ରମଣ ସଂଖ୍ୟା କମିବାର ନାଁ ଧରୁନି।