Sunday, November 15, 2026
Home ଆଞ୍ଚଳିକ ବାତ୍ୟା ୟସ୍‌ ମୁକାବିଲା ପାଇଁ ପିଏମଙ୍କ ସମୀକ୍ଷା ବୈଠକ

ବାତ୍ୟା ୟସ୍‌ ମୁକାବିଲା ପାଇଁ ପିଏମଙ୍କ ସମୀକ୍ଷା ବୈଠକ

7

ନୂଆଦିଲ୍ଲୀ, ୨୩/୦୫/୨୧ (ଜିଲ୍ଲା ଖବର) : ସାଇକ୍ଲୋନ ପୂର୍ବରୁ ପିଏମଙ୍କ ସମୀକ୍ଷା । ଦିନ 11ଟାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ଯୋଗଦେବେ । ମିଟିଂରେ NDMA, ପାୱାର, ଟେଲିକମ ଭଳି ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସାମିଲ ରହିବେ । ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ବାତ୍ୟା ବିପଦ ଥିବା ବେଳେ ଆର୍ମିକୁ ମଧ୍ୟ ଆଲର୍ଟରେ ରଖାଯାଇଛି ।

ମେ 24ରୁ 26 ପର୍ଯ୍ୟନ୍ତ ଦିଲ୍ଲୀରୁ ଉତ୍ତର ରେଲୱେର 12ରୁ ଅଧିକ ଟ୍ରେନକୁ ବାତିଲ କରାଯାଇଛି । ସେପଟେ ଭାରତୀୟ କୋଷ୍ଟଗାର୍ଡ ମଧ୍ୟ ବାତ୍ୟା ଦ୍ବାରା ପ୍ରଭାବିତ ହୋଇପାରନ୍ତି । ସେ ସଂପର୍କରେ ମଦ୍ୟ ବୈଠକରେ ଆଲୋଚନା ହୋଇପାରେ ।

ବାତ୍ୟା ୟସ୍ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଦୁଇଟି ରାଜ୍ୟ ସରକାର ବି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଗତକାଲି ଦୁଇଟି ରାଜ୍ୟ ସହ ଆଲୋଚନା କରିଥିଲେ କ୍ୟାବିଟେନ୍ ସଚିବ । ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଓ ପଶ୍ଚିବଙ୍ଗକୁ ବହୁ ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି । ସେହିପରି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଭାରତୀୟ ସେନା ବି ସଜାଗ ରହିଛି ।