Friday, November 13, 2026
Home ଆଞ୍ଚଳିକ ଆମ୍ବ ଓ କାଜୁ ଜମି ବିବାଦରୁ ଗାଁ ଛାଡିଲେ 20ପରିବାର

ଆମ୍ବ ଓ କାଜୁ ଜମି ବିବାଦରୁ ଗାଁ ଛାଡିଲେ 20ପରିବାର

20

ନୟାଗଡ,୨୩/୦୫/୨୧ (ଜିଲ୍ଲା ଖବର) : ଆମ୍ବ ଓ କାଜୁ ଜମି ବିବାଦରୁ ଶେଷରେ ଗାଁ ଛାଡିଲେ 20ପରିବାର l ନୟାଗଡ଼ ଶରଣକୂଳ ଥାନା ଯାକେଡ଼ା ଗ୍ରାମରେ ଦୀର୍ଘଦିନ ଧରି ଗାଁର ୨ ଗୋଷ୍ଠୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଯୋଗୁଁ ନିଜ ଭିଟାମାଟି ଛାଡିଛନ୍ତି ଗାଁର ଗୋଟିଏ ଗୋଷ୍ଠୀର ଏହି 20ଟି ପରିବାର l 

ଗାଁ ଠାରୁ 15କିଲୋମିଟର ଦୂରରେ ଏକ ସ୍କୁଲ ହତାରେ ତମ୍ବୁଟାଣି ଯାଯାବର ଜୀବନ ବିତାଉଛନ୍ତି ଏହି ସମସ୍ତ ପରିବାର l  ତେବେ ଆଜିକୁ 15ଦିନ ହେବ ଏନେଇ ଜିଲ୍ଲାପ୍ରଶାସନ ଏ ବିବାଦର ସମାଧାନ ନେଇ କୌଣସି ଠୋସ ପଦକ୍ଷେପ ନେଉନଥିବାରୁ ଯାକେଡ଼ା ଗାଁ ର 20ଟି ପରିବାର ଏବେ ସମ୍ପୂର୍ଣ୍ଣ ନିରାଶ୍ରୟ ହୋଇପଡିଛନ୍ତି l ତେବେ ଏ ଦିଗରେ ଏହି ବିବାଦର ସମାଧାନ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି l