Thursday, November 12, 2026
Home ଆଞ୍ଚଳିକ ହାତରେ ଥିଲା ଔଷଧ ସ୍ଲିପ, ତଥାପି ଖାଇଲେ ବ୍ରହ୍ମଚାପୁଡା

ହାତରେ ଥିଲା ଔଷଧ ସ୍ଲିପ, ତଥାପି ଖାଇଲେ ବ୍ରହ୍ମଚାପୁଡା

9

୨୩/୦୫/୨୧ (ଜିଲ୍ଲା ଖବର) :  ଦେଖନ୍ତୁ..ଶୁଣନ୍ତୁ..କହିଲେ ବି ଶୁଣିଲେ ନାହିଁ। ନା ଦେଖିଲେ, ନା ଶୁଣିଲେ ରାଗିଯାଇ ଶକ୍ତ ଚାପୁଡା ମାରିଲେ କଲେକ୍ଟର। କୋରୋନା କାଳରେ କଲେକ୍ଟରଙ୍କ ଦବଙ୍ଗିଗିରି । ଛତିଶଗଡରୁ ଆସିଲା ପ୍ରଶାସନିକ ଅଧିକାରୀଙ୍କ ଅମାନବୀୟ ବ୍ୟବହାରର ଦୃଶ୍ୟ। ଛତିଶଗଡର ସୁରଗୁଜା ଡିଭିଜନର ସୁରଜପୁର ଜିଲ୍ଲାର କଲେକ୍ଟର ରଣବୀର ଶର୍ମାଙ୍କ ଦବଙ୍ଗଗିରିର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଜିଲ୍ଲାରେ ଲକଡାଉନ ବେଳେ ଜଣେ ଯୁବକ ଔଷଧ ନେବାକୁ ମେଡିକାଲ ଦୋକାନକୁ ଯାଉଥିଲେ ।

ଏହି ସମୟରେ ଜିଲ୍ଲା କଲେକ୍ଟର ଯୁବକଙ୍କୁ ଅଟକାଇ ତାଙ୍କୁ ଚାପୁଡ଼ା ମାରିବା ସହ ମୋବାଇଲ ଛଡାଉ ଫୋପାଡି ଦେଉଥିବାର ଚିତ୍ର ଦେଖିବାକୁ ମିଳିଛି ।  ଯୁବକ ଜଣକ ଔଷଧ ସ୍ଲିପ ମଧ୍ୟ ଦେଖାଇଥିଲେ, କିନ୍ତୁ କଲେକ୍ଟର ତାଙ୍କ କଥା ଶୁଣିନଥିଲେ । ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କଲେକ୍ଟରଙ୍କୁ ନିଲମ୍ବିତ କରିବା ପାଇଁ ଦାବି ଜୋର ଧରିଛି । ଏପଟେ କଲେକ୍ଟର ରଣବୀର ଶର୍ମାଙ୍କ ଏଭଳି ବ୍ୟବହାରକୁ ଭାରତୀୟ ପ୍ରସାଶନିକ ସଂଘ ମଧ୍ୟ ତୀବ୍ର ନିନ୍ଦା କରିଛି ।