Home ଆଞ୍ଚଳିକ ହାତରେ ଧରିଥିଲେ ହକି ଷ୍ଟିକ୍, କିନ୍ତୁ କ୍ରିକେଟ ବ୍ୟାଟ ହେଲା ପରିଚୟ

ହାତରେ ଧରିଥିଲେ ହକି ଷ୍ଟିକ୍, କିନ୍ତୁ କ୍ରିକେଟ ବ୍ୟାଟ ହେଲା ପରିଚୟ

27

୨୩/୦୫/୨୧ (ଜିଲ୍ଲା ଖବର) : କଅଁଳ ହାତରେ ଧରିଥିଲେ ହକି ଷ୍ଟିକ୍, ଆଉ ବିରୋଧୀ ଗୋଲ ପୋଷ୍ଟରେ କରୁଥିଲେ ଗୋଲ ବର୍ଷା। ଏମିତିକି ମହାରାଷ୍ଟ୍ର ତରଫରୁ ଦିନେ ସେ ଅଣ୍ଡର ୧୭ ଓ ଅଣ୍ଡର ୧୯ ହକି ଖେଳି ସାରିଥିଲେ। ବାପା, ମା ଭାବୁଥିଲେ ଦିନେ ସେ ଭାରତ ପାଇଁ ହକି ଖେଳିବେ। କିନ୍ତୁ ପଥ ହେଲା ଅଲଗା। ହକି ଷ୍ଟିକ ବଦଳରେ ହାତରେ ଧରିଲେ କ୍ରିକେଟ ବ୍ୟାଟ। ଏମିତି ଥିଲା ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳୀ ଜେମିମାହ ରୋଡ୍ରିଗିଜଙ୍କ କାହାଣୀ। ଏକ ଇଣ୍ଟରଭିୟୁରେ ଅର୍ଗସକୁ ନିଜର ଏହି କାହାଣୀ ସେ କହିଛନ୍ତି ।

ଚାରି ବର୍ଷ ବୟସରୁ ପ୍ରଥମେ ହାତରେ ଧରିଥିଲେ ବ୍ୟାଟ, କିନ୍ତୁ ପରେ ମହାରାଷ୍ଟ୍ର ତରଫରୁ ଖେଳିଲେ ହକି। ତେବେ ଏହା କ୍ଷଣ ସମୟ ପାଇଁ ଥିଲା। ଗ୍ରାଉଣ୍ଡରେ କ୍ରିକେଟ ପ୍ରାଟିସ କରି ନିଜ ମୁମ୍ବାଇ ତରଫରୁ କ୍ରିକେଟ ଖେଳିଲେ। ପରେ ଜୋନ ତରଫରୁ ତାଙ୍କୁ କ୍ରିକେଟ ଖେଳିବାକୁ ସୁଯୋଗ ମିଳିଲା। ସେତେବେଳେ ତାଙ୍କ ବାପା ମାଆ ତାଙ୍କୁ କହିଥିଲେ ତୋ ଇଛା ତୁ ଯାହା ଖେଳିବୁ ଆମେ ତୋ ସହିତ ଅଛୁ। ତାଙ୍କର ପରିଶ୍ରମ ଓ ବାପା-ମାଆଙ୍କ ଆଶ୍ରୀବାଦରୁ ସେ ଭାରତୀୟ ଟିମ ପାଇଁ ଖେଳିବାକୁ ସୁଯୋଗ ମିଳିଲା। ଆଉ ଭାରତ ପାଇଁ ଅଶେଷ ସଫଳତା ଆଣିଥିଲେ। ତେବେ ତାଙ୍କୁ ସୁଯୋଗ ମିଳିଲେ ଉଭୟ କ୍ରିକେଟ ଓ ହକିରେ ସେ ନିଜର ପାରିଦର୍ଶତା ଦେଖାଇ ପାରିବେ ବୋଲି ଅର୍ଗସକୁ ଦେଇଥିବା ଇଣ୍ଟରଭିୟୁରେ ସେ କହିଛନ୍ତି। ମାତ୍ର ଦୁଇଟି ଯାକ ଶ୍ରେଷ୍ଠ ଖେଳ, ମୁଁ କ୍ରିକେଟରେ ଉଚ୍ଚ ଯାଏଁ ପଳାଇଛି ପୁଣି ହକି ଖେଳିପାରିବି ନାହିଁ ବୋଲି ସେ କହିଛନ୍ତି।

ଭାରତ ପାଇଁ ସେ ଅନେକ ଅର୍ନ୍ତଜାତୀୟ ମ୍ୟାଚ ଖେଳିଛନ୍ତି। ଇଂଲଣ୍ଡ ଗସ୍ତ ପାଇଁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ୨୦୧୮ ମହିଳା ଟି-୨୦ ବିଶ୍ଵକପରେ ତାଙ୍କୁ ସ୍ଥାନ ମିଳିଥିଲା। ୨୦ ବର୍ଷୀୟ ଏହି ମହିଳା କ୍ରିକେଟର ଆଗକୁ ଅନେକ ସଫଳତା ହାସଲ କରନ୍ତୁ।